ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ କନିଷ୍ଠ ଓ ବରିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୁଇଟି ଗୃପ ଗଠନ ହୋଇଥିବା ବେଳେ ୫ ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ବାଣୀ ଭୂଷଣ ବେହେରା, ରୂପକ କୁମାର ନାୟକ ଓ ହେମନ୍ତ ପାତ୍ର ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କର କ୍ରୀଡା ପ୍ରତିଯୋଗୀତା କରାଇବା ସହ କୃତି ପ୍ରତିଯୋଗୀ ମାନଙ୍କୁ ଚିହ୍ନଟ କରାଇଥିଲେ । ବାର୍ଷିକ କ୍ରିଡା ଉଦଯାପନୀ ଦିବସ ରେ ବିଦ୍ୟାଳୟ ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ଚିନ୍ତାମଣି ରଣା ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡା ଯୋଗ ଦେଇ କ୍ରୀଡା ର ବିଭିନ୍ନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ଶିକ୍ଷକ ଅମର ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ନିର୍ମଳ ବାରିକ ,ଲିପ୍ସା ନାୟକ, ସୁମିତ୍ରା କୁଆଁର, ନିହାରିକା ଦାସ , ଯାଜ୍ଞସିନୀ ଭୋଇ , ଜ୍ୟୋତି ବେହେରା , ମଦନାବତୀ କହଁର ,ଆଦିତ୍ଯ ପ୍ରସାଦ ମାହାଭୋଇ ,ଜିତେନ୍ଦ୍ର କୁମାର ସାହୁ, ଶୁଭସ୍ମିତା ପ୍ରିୟ ଦର୍ଶିନୀ ,ଶୁଭେନ୍ଦୁ ମୋହନ ଚନ୍ଦନ ନାୟକ ,ବାଣୀ ଭୂଷଣ ବେହେରା , ଦେବୀ ପ୍ରସାଦ ସାହୁ ଓ ଉଦ୍ଧବ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l


