ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚଅଁରପଦା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଦ୍ୟାଳୟର ୫ଟି କ୍ଳାସ ରୁମ, କମ୍ପ୍ୟୁଟର ଲ୍ୟାବ , ବୈଠକ ଗୃହ, ଲାଇବ୍ରେରୀ , ହଷ୍ଟେଲ ରୁମ ଆଦି ନିର୍ମାଣ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ବିଦ୍ୟାଳୟ ଗୃହ କୁ ଉଦଘାଟନ କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟ ଉଦଘାଟନ ଉତ୍ସବ ରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର,ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଠାରୁ ଶିକ୍ଷା ବର୍ଷ ଆରମ୍ଭ ହେଉଥିବାରୁ ଉକ୍ତ ବିଦ୍ୟାଳୟ ରେ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ନାମ ଲେଖାଇପାରିବେ। ତାପରେ ବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଶିକ୍ଷାଦାନ ଆରମ୍ଭ ହେବ। ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିବାବକ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ