ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
ବୁଗୁଡା : ଗୋଲିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ଶ୍ରେଣୀରେ ଖାଲି ପଡିଥିବା ସ୍ଥାନ ଗୁଡିକ ପାଇଁ ପ୍ରବେଶିକା ପରୀକ୍ଷା ୨୦୨୦ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ଷଷ୍ଠ ଶ୍ରେଣୀର ୮୦ ଟି ଖାଲିଥିବା ସ୍ଥାନ ପାଇଁ ୧୭୮ ଜଣ ଆବେଦନ କରିଥିବା ବେଳେ ୧୭୪ ଜଣ ପରୀକ୍ଷା ଦେଇଥିଲେ।ସେହିପରି ସପ୍ତମ ଶ୍ରେଣୀର ୩ ଟି ସ୍ଥାନ ପାଇଁ ୪୮ ଜଣରୁ ୪୮ ଜଣ , ଅଷ୍ଟମର ୧୪ ଟି ସ୍ଥାନ ପାଇଁ ୪୨ ଜଣରୁ ୪୧ ଜଣ, ଓ ନବମର ୨୦ ଟି ସ୍ଥାନ ପାଇଁ ୧୪ ଜଣରୁ ୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଷଷ୍ଠର ୪ ଜଣ ଅଷ୍ଟମର ଜଣେ ଓ ନବମର ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।ନବମ ଶ୍ରେଣୀରେ ୨୦ ଟି ସ୍ଥାନ ଖାଲି ଥିବା ବେଳେ ୧୨ ଜଣ ପରୀକ୍ଷା ଦେଇଥିବାରୁ ସମସ୍ତେ ଯୋଗ ଦେଲେ ମଧ୍ୟ ଆହୁରି ୮ ଟି ସ୍ଥାନ ଖାଲି ରହିବ। ଏହି ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡ ଭାବେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ପ୍ରସାଦ ଜେନା ଏବଂ ପର୍ଯ୍ୟବେକ୍ଷକ ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନିରୀକ୍ଷକ ଭାବେ ଏ ରାଜେଶ କୁମାର ଦୋରା, ପ୍ରଜ୍ଞାମିତା ସିଂ ଦେଓ, ସ୍ମରଣିକା ଗୁରୁ, ସଶ୍ମିତା ଜେନା ଓ ଶର୍ମିଳା ସାହୁ ଯୋଗଦେଇଥିଲେ।