ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୭୪୪ ପରୀକ୍ଷାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ, ୭ମ, ୮ମ ଓ ୯ମ ଶ୍ରେଣୀରେ ନାମଲେଖା ପାଇଁ ୪ଟି ପରୀକ୍ଷା କେନ୍ଦ୍ରରେ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ମୋଟ ୮୧୨ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୧ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି । ୬ଷ୍ଠ ଶ୍ରେଣୀ ପାଇଁ ସକାଳ ୯ଟାରୁ ୧୧ଟା ଏବଂ ୭ମ, ୮ମ ଓ ୯ମ ଶ୍ରେଣୀ ପାଇଁ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଟିଲୋ ପରୀକ୍ଷା କେନ୍ଦ୍ରରେ ୨୨୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୯ ଜଣ ଅନୁପସ୍ଥିତ, ବନ୍ତ ପରୀକ୍ଷା କେନ୍ଦ୍ରରେ ୧୫୯ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ, ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ, ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି । ଟିଲୋରେ ରୀତାରାଣୀ ଦେ, ବନ୍ତରେ ଉତ୍ତମ କୁମାର ଦତ୍ତ, ଆଗରପଡା ସରକାରୀ ବାଳିକା ହାଇସ୍କୁଲରେ ଅଜିତ୍ କୁମାର ରାଉଳ, ଆଦର୍ଶ ବିଦ୍ୟାଳୟରେ ପାର୍ଥ ସୁନ୍ଦର ମହାକୁଡ ପରୀକ୍ଷା ପରିଚାଳନା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ