ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଓଡିଶା ଆଦର୍ଶ ବିଦ୍ୟାଳୟର ୯ ତମ ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ କାଶୀନଗର ବ୍ଲକ ଅଲଡା ଠାରେ ବିଦ୍ୟାଳୟ ପରିସରରେ ଅଧକ୍ଷ ଏସ କେ ମହିମୁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଥି ଭାବେ ଗଜପତି ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଜି ତିରୁପତି ରାଓ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳାଇ ବ୍ଲକ ଅଧକ୍ଷା ଵାଲା ସାୟାମ୍ମା ଓ ଏନ ଏ ସି ଅଧକ୍ଷା ଏମ ସୁଧାରାଣୀ ପ୍ରମୁଖ ଯୋଗ ଦେଇଥିଲେ. ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତାରେ ୨୨ ଗୋଟି ପ୍ରତିଯୋଗିତା ୨୬୪ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ. କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା. ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ. ଏ ଡି ଏମ ଶ୍ରୀ ଦାସ ନିଜ ବକ୍ତବ୍ୟରେ ଶିକ୍ଷା ର ବିକାଶ ନିମନ୍ତେ ଛାତ୍ରଛାତ୍ରୀ ମାନେ କିପରି ଉପଯୁକ୍ତ ନାଗରିକ ହୋଇ ଦେଶର ନାମ ରଖିବେ ସେ ନେଇ ବିଭିନ୍ନ ଗଳ୍ପ ମାଧ୍ୟମରେ ବୁଝାଇଥିଲେ. ୨ୟ ଆଦିବେଶସନରେ ପୁରସ୍କାର ବିତରଣ ଉତ୍ସବରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ ଓ ବି ଡି ଓ କପିଳେଶ୍ୱର ତାଣ୍ଡି ଯୋଗ ଦେଇ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ