ଓଡିଶା ଇତିହାସ କଂଗ୍ରେସର ଏକ ଆଞ୍ଚଳିକ ଅଧିବେଶନ
ମୋହନା, (ଅଂଶୁମାନ ପଣ୍ଡା):ଓଡିଶା ଇତିହାସ କଂଗ୍ରେସର ଏକ ଆଞ୍ଚଳିକ ଅଧିବେଶନ ଆଜି ଚାନ୍ଦିପୁଟସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ଇତିହାସ କଂଗ୍ରେସର ସଭାପତି ଡ଼ ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ଓଡିଶା ନିର୍ମାଣରେ ମହାରାଜା କୁଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନର ଏକ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ l ଏଥିରେ ସ୍ୱତନ୍ତ୍ର ବକ୍ତା ଭାବେ ଓଡିଶା ଇତିହାସ କଂଗ୍ରେସର ପୂର୍ବତନ ସଭାପତି ଡ଼ ପ୍ରଫୁଲ କୁମାର ମହାନ୍ତି, ସମ୍ପାଦକ ଡ଼ ସୁବାସ ଚନ୍ଦ୍ର ବାରିକ, ବ୍ରହ୍ମପୁର ଆଞ୍ଚଳିକ ନିର୍ଦେଶକ ଡ଼ ଲଷ୍ମୀକାନ୍ତ ତ୍ରିପାଠୀ, ଉପସଭାପତି ଡ଼ ସୁଶାନ୍ତ ଦାସ ପ୍ରମୁଖ ଯୋଗଦେଇ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଚାନ୍ଦିପୁଟ କଲେଜ ଅଧ୍ୟକ୍ଷ ଶ୍ରୀ ପୂର୍ଣଚନ୍ଦ୍ର ତ୍ରିପାଠୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ କଲେଜର ଐତିହାସିକ ଏଥିରେ ଯୋଗ ଦେଇଥିଲେ l ଅନୁଷ୍ଠାନର ଇତିହାସ ଅଧ୍ୟାପିକା ସୁଶ୍ରୀ ଛବିତା ରାଉଳ, ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀ ଏବଂ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ଆୟୋଜନ କରାଯାଇଥିଲା l