ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାହାନାଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପାଇଁ ସ୍ଥନୀୟ ଶହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାଥନା ସଭାପତି ଶିବ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତେ ନିଜ ନିଜ ସାଧ୍ୟମତେ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଂଗଠନ ପକ୍ଷରୁ ଦୁର୍ଘଟଣା ହୋଇଥିବା ପରିବାରକୁ ଆବଶ୍ୟକ ସହଯୋଗ କରାଯାଇଥିଲା ।
ଶିବ ନାରାୟଣ ମିଶ୍ର