ଓଡିଶା କନଷ୍ଟ୍ରକସନ ୱାର୍କରସ ୟୁନିଅନର କର୍ମକର୍ତ୍ତା ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶା କନଷ୍ଟ୍ରକସନ ୱାର୍କରସ ୟୁନିଅନ(ସିଆଇଟିୟୁ)ର ଜିଲ୍ଲା କର୍ମକର୍ତ୍ତା ବୈଠକ କେନ୍ଦ୍ରାପଡାସ୍ଥିତ କାର୍ଯ୍ୟାଳୟ ଗୃହରେ କମ୍ରେଡ ରମେଶ ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୟୁରଭଞ୍ଜର ଦାଦନ ଶ୍ରମିକ ଜିତୁରାଇ ବେସ୍ରାର ମୁତ୍ୟୁକୁ ୧୦ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ ଏବଂ ଠିକାଦାର ଇଣ୍ଡିଆ ଇଞ୍ଜିନିୟର୍ସର ଟାଳଟୁଳ ନୀତି ପାଇଁ ତା’ର ଅନାଥ ଅନୁସୂଚିତ ଜନଜାତି ବର୍ଗର ୪ଟି ଛୁଆଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇ ନଥିବାରୁ ଘଟଣାର ଦୃଢ ନିନ୍ଦା କରାଯିବା ସହ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ମଇ ପହିଲା ଶ୍ରମିକ ଦିବସକୁ ମିଳିତ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ପରିଚୟପତ୍ର, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପ୍ରସୁତିକାଳୀନ ସହାୟତା, ଗୁରୁତର ରୋଗର ଚିକିତ୍ସା ସହାୟତା, ସାଇକେଲ, ଯନ୍ତ୍ରପାତି ଓ ପ୍ରଶିକ୍ଷଣ ସମୟର ମଜୁରୀ ବାବଦକୁ ତିନି ହଜାର ଟଙ୍କା ପ୍ରଭୃତି ତୁରନ୍ତ ପ୍ରଦାନ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବୈଠକରେ ଦାବି କରାଯାଇଥିଲା । ୟୁନିଅନର ଏକ ଆଞ୍ଚଳିକ କାର୍ଯ୍ୟାଳୟ ରାଜନଗର ଠାରେ ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ସମ୍ପାଦକ କମ୍ରେଡ ମାଧବ ଦାସ, ଧନେଶ୍ୱର ରାଉତ, ଜଗତଜୀବନ ଦାଶ, ସ୍ନେହଲତା ଗାହାଣ, ସୁଷମା ପରିଡା, ସ୍ନେହଲତା ମଳିକ, ଅସିତ ମିର୍ଦ୍ଧା, ରବିନ୍ଦ୍ର ମହାକୁଳ, ମାନଗୋବିନ୍ଦ ତ୍ରିପାଠୀ, ମଥୁରୀ ମଳିକ, ଗୈାତ୍ତମ ଦାସ, ମହେଶ୍ୱର ପରିଡା, ନିରାକାର ସାହୁ, ଅଦୈତ୍ୟ ମଳିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ