ଓଡିଶା କନିଷ୍ଠ ଶିକ୍ଷକ ସଂଘ ଗଂଜାମ ଜିଲ୍ଲା ପକ୍ଷରୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) : କନିଷ୍ଠ ଶିକ୍ଷକ ମାନଙ୍କ ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତିଭିତ୍ତିକ ନୀୟମରେ ଅନ୍ତର୍ଭୂକ୍ତ ସକାଶେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଗଂଜାମ ଜିଲ୍ଲା ପକ୍ଷରୁ ମଙ୍ଗଳବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ । ରାଜ୍ୟରେ ଦରଦାମ ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ ୬୫୧୨ ଟଙ୍କାରେ ଜଣେ ଶିକ୍ଷକ ଚଳିବା କଷ୍ଟସାଧ୍ୟ ହୋଇପଡୁଛି ବୋଲି ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏଣୁ ୨୦୧୬ ମସିହା ଠାରୁ ସେମାନଙ୍କ ଦରମା ସର୍ବନିମ୍ନ ୧୬୦୦୦ କରିବା ସହ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଗଂଜାମ ଜିଲ୍ଲାର ସଭାପତି ସାଗର ମଲ୍ଲିକ, ସମ୍ପାଦକ ସ୍ୱାଗତ କୁମାର ପତି, ଉପସଭାପତି ମିଥୁନ କୁମାରର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଦୁର୍ଯ୍ୟଧନ ମଲ୍ଲିକ, ଜିଲ୍ଲା ସଂଯୋଜକ ତୁଷାରକାନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ମୁକେଶ କୁମାର ପଣ୍ଡା, ପଲ୍ଲବୀ ଷଡଙ୍ଗୀ, ଅମିୟ କୁମାର ପଟ୍ଟନାୟକଙ୍କ ସମେତ ସଂଘର ବହୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।