ଓଡିଶା କର୍ମଜିବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ଜାକିର ହୁସେନ ଖାଁଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):ଦୈନିକ ସମ୍ବାଦପତ୍ର ପ୍ରମେୟର ଡେରାବିଶ ବ୍ଲକ ପ୍ରତିନିଧି ଜାକିର ହୁସେନ ଖାଁଙ୍କ ବିୟୋଗରେ ଓଡିଶା କର୍ମଜିବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କାଯାଇଛି । ସଙ୍ଘ କାର୍ଯ୍ୟାଳୟ ପରିସରରେ ପ୍ରଥମେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ସଙ୍ଘର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ଦାସଙ୍କ ପୈାରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଙ୍ଘର ରାଜ୍ୟ ଉପସଭାପତି ମହେନ୍ଦ୍ର୍ର କୁମାର ମିଶ୍ର, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଦିପ କୁମାର ସାହୁ, ବିଜୟ କୁମାର ଦାସ, ସଚ୍ଚିଦାନନ୍ଦ ବେହେରା, ଜଗଦିଶ ପତି, ଡା. ଅଲେଖ ନାଥଶର୍ମା, ପ୍ରଦ୍ୟୁମ୍ନ କୁମାର ରାଉତ, ସାବିର ଖାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜାକିରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ