ଓଡିଶା କିନ୍ନର ମହାସଂଘ ପକ୍ଷରୁ କାଜଲ କିନ୍ନରଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଉକ୍ରଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଓଡିଶା କିନ୍ନର ମହାସଂଘ ପକ୍ଷରୁ କାଜଲ କିନ୍ନରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା କିନ୍ନର ମହାସଂଘ ସଭାପତି ମୀରା ପରିଡା , ଉପସଭାପତି ସ୍ୱିଟି କିନ୍ନର, ସାମ୍ପାଦକ ସାଧନା କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାର ଜଣେ ସମାଜ ସେବିକା ଭାବେ କାଜଲ କିନ୍ନର ପ୍ରଥମ କିନ୍ନର ଭାବେ ବହୁଜନ ସମାଜ ପାର୍ଟି ପକ୍ଷରୁ କୋରେଇ ନିର୍ବାଚନ ମଣ୍ଡଳୀ ପକ୍ଷରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ବହୁଜନ ସମାଜ ପାର୍ଟି ପରି ଓଡିଶାର ସମସ୍ତ ରାଜନୈତିକ ଦଳ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ କିନ୍ନର ମାନଙ୍କ ସପକ୍ଷରେ ଆସି ସେମାନଙ୍କର ଉନ୍ନତ୍ତି ନିମନ୍ତେ କାର୍ଯ କରିବା ଆବଶ୍ୟକ ବୋଲି ମୀରା ପରିଡା କହିଛନ୍ତି ।