ଓଡିଶା କୁଡୁମି ସାଂସ୍କୃତିକ ଭଵନର ‘ଭୂମିପୂଜା’ ଉତ୍ସବ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : କୁଡୁମି ସଂପ୍ରଦାୟର ଲୋକେ ଓଡିଶାର ଯାଜପୁର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ ଅଂଚଳ ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ, ଆସାମା ରେ ବସ ବାସ କରୁଛନ୍ତି । ସେମାନଙ୍କଳ ଭାଷା , ଚାଲି ଚଳନ, ସଂସ୍କୂତି ଓ ପରଂପରା ନିଆରା ଅତିତରେ ସେମାନେ ଜନଜାତି ଥିବାବେଳ ୧୯୫୦ ମସିହାରୁ ସେମାନଙ୍କୁ ଜନଜାତି ତାଲିକାରୁ କେନ୍ଦ୍ର ସରକାର ବାଦ କରି ଦେଇଛନ୍ତି । ପୁନଃ ସେମାନଙ୍କୁ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜୋରଦାର ଆନ୍ଦୋଳନ ଚାଲିଛି ‌। ସେମାନଙ୍କୁ ସରକାର ଅଣଦେଖା କରୁଥିବାରୁ ଧୀରେ ଧୀରେ ସେମାନଙ୍କର ଭାଷା, ସଂସ୍କୃତି ତାର ଅସ୍ତିତ୍ୱ ହଜିବାକୁ ବସିଛି । କୁଡୁମି ସମାଜ, ଭାଷା, ସଂସ୍କୃତିର ଉତ୍ଥାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର କଲେଜ ନିକଟରେ ନିଃଶୁଳ୍କ ୩୮ ଡେସିମିଲ ଜାଗା ସମେତ ନୂତନ କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ଏକ କୋଟି ଟଙ୍କା ମଂଜୁର କରିଛନ୍ତି । ବୁଧବାର ଦିନ ଏଥିଲାଗି ରାଇରଙ୍ଗପୁର କୁଡୁମି ସମାଜ ଆନୁକୂଲ୍ୟରେ ନୂତନ ଭୂମି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ତାଙ୍କ ସହିତ ରାଜ୍ୟସଭା ସାଂସଦ ତଥା କୁଡୁମୀ ମହିଳା ନେତ୍ରୀ ମମତା ମହାନ୍ତ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ପୂର୍ବତନ ଉପବାଚଷ୍ପତି ସାନନ୍ଦ ମାରାଣ୍ଡୀ,ରାଜ୍ୟ ବିଜେଡି ସଂପାଦକ ଡାକ୍ତର ଦେବାଶୀଷ ମାରାଣ୍ଡୀ, ରାଇରଙ୍ଗପୁର-ସାରସକଣା ବିଜେଡି ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ମୟୁରଭଂଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଓଡିଶା କୁଡୁମୀ ସମାଜ ସଭାପତି ଦିବ୍ୟ ସିଂ ମହାନ୍ତ, ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ, ବିଜେଡି ଜିଲ୍ଲା ନେତ୍ରୀ ତନୁଜା ମହାନ୍ତ, ରାଜ୍ୟ ବିଜୁ ଛାତ୍ରଜନତା ସଂପାଦକ ବିକାଶ ମହାନ୍ତ, କୁଡୁମି ସମାଜ ଉପସଭାପତି ଆଲୋକ ରଂଜନ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ । ରାଇରଙ୍ଗପୁର‌ କୁଡୁମି ସମାଜ ସଭାପତି ନବୀନ କିଶୋର ମହାନ୍ତ ସଭାପତିତ୍ୱ କରିଥିଲେ । କୁଡୁମି ସମାଜ ସଂପାଦକ ମନୋଜ ମହାନ୍ତ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ପ୍ରଣବ ପ୍ରକାଶ ଦାସ କହିଥିଲେ ସାରା ବିଶ୍ୱରେ କୁଡୁମି ସମାଜର ସଂସ୍କୃତି, ଭାଷା, ଓ ପରଂପରା,ଐତିହ୍ୟ ଅନନ୍ୟ । ନବୀନ ସରକାର କୁଡୁମି ସମାଜର ଉନ୍ନତି ଓ ବିକାଶ ପାଇଁ ସଦା ସର୍ବଦା ତତ୍ପର ଓ ଚେଷ୍ଟିତ ସେଥିପାଇଁ କୁଡୁମି ସମାଜର ଦୁଇ ମହିଳାଙ୍କୁ ପ୍ରଥମ ଥର ପାଇଁ ଵିଧାୟିକା ଓ ସାଂସଦ ଭାବେ ପଠାଇଛନ୍ତି ।ରାଇରଙ୍ଗପୁର କୁଡୁମି ସମାଜର ସ୍ଥାୟୀଗୃହ ପାଇଁ ଜାଗା ସମେତ ନୂତନ ଗୃହ ନିର୍ମାଣ ପାଇଁ ଏକ କୋଟି ଟଙ୍କା ମଂଜୁର କରିଛନ୍ତି । ତଦସହ ଆଗକୁ କୁଡୁମି ସମାଜର ବିକାଶ ପାଇଁ ବହୁତ ଯୋଜନା କରାଯିବାର ଯୋଜନା ରହିଛି ଵୋଲି କହିଥିଲେ । ପରେ ମୁଖ୍ୟ ଅତିଥି ଭୂମି ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ବହୁ ଦୂରଦୂରାନ୍ତରୁ କୁଡୁମି ସମାଜର ଲୋକେ ଆସି ଯୋଗ ଦେଇଥିଲେ ।ଏହି ଉତ୍ସବକୁ ବହୁ ଆଡମ୍ବରର ସହ ନୃତ୍ୟ, ଗୀତ ବାଦ୍ୟରେ ଦିନ ତମାମ ବିଭୋର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ