ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତୁରନ୍ତ ଧାନ ସଂଗ୍ରହ ଦାବିରେ ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଜିଲ୍ଲାର ସମସ୍ତ ମଣ୍ଡି ଖୋଲି ଯାଇଥିଲେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ସବୁ ଜିଲ୍ଲା ପଛରେ ଅଛି । ଟୋକନ ଦିଆଯାଇ ଥିଲେବି ଏପର୍ଯ୍ୟନ୍ତ ଚାଷୀଙ୍କ ଠାରୁ କୈାଣସି ମଣ୍ଡିରେ ପ୍ରଶାସନ ଦୀର୍ଘ ପନ୍ଦର ଦିନ ହେବ ମଣ୍ଡିରେ ପଡିରହିଥିବା ଧାନର ରକ୍ଷଣାବେକ୍ଷଣ ପାଇଁ ଦରିପାଲ ଓ ଘେରାର କୈାଣସି ବ୍ୟବସ୍ଥା ନାହିଁ । ଯେଉଁଠି ଧାନ କିଣା ଆରମ୍ଭ ହୋଇଛି ସେଠାରେ ଛଅରୁ ସାତ କେଜି କଟଣି ହେବା ସହିତ ଅଖା ପାଇଁ ମଧ୍ୟ ପଇସା ଦିଆ ଯାଉନି । ଧାନ ବିକ୍ରୀ ହୋଇ ନପାରିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ସହିତ କ୍ୱିଣ୍ଟାଲ ପିଛା ତିନି ହଜାର ଟଙ୍କା ଦେବା ଦାବିରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ବିକ୍ଷୋଭ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନରେ ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ୱର ସାମନ୍ତରାୟ, ରାଜ୍ୟ ଯୁଗ୍ମସମ୍ପାଦକ ଗୟାଧର ଧଳ, ରାଜ୍ୟ କମିଟି ସଭ୍ୟ ମାନସ ବେହେରା, ଜିଲ୍ଲା ସମ୍ପାଦକ ବିଜୟ ଦାସ, ବରିଷ୍ଠ ନେତା କାଳି ପ୍ରସାଦ ନାୟକ, ନରୋତ୍ତମ ପାର୍ଥସାରଥୀ, ଗୁଣମଣି ବେହେରା, ରମେଶ ପ୍ରଧାନ, ପ୍ରତିମା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ