ଓଡିଶା କୃଷକ ସଭା ପକ୍ଷରୁ ରିଲିଫ ବଣ୍ଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଚଳିତ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ଗ୍ରାମରେ ଶୁଖିଲା ଖାଦ୍ୟ ଯଥା-ଚୁଡା, ଗୁଡ, ବିସ୍କୁଟ, ପାଣି ବୋତଲ, ମଶା ଧୂପ, ଦିଆସିଲି ପ୍ରଭୃତି ପ୍ରତି ପରିବାରକୁ ବଣ୍ଟନ କରାଯାଇଛି । ସଂଗଠନର କର୍ମୀମାନେ ସରକାରୀ ରେସକ୍ୟୁ ବୋଟ ଯୋଗେ ପ୍ରତି ଘର ଘର ବୁଲି ରିଲଫ ପ୍ୟାକେଟ୍ ସବୁ ବଣ୍ଟନ କରିଥିଲେ । ପ୍ରକାଶ ଥାଉକି, ବେଣୀପୁର ରେ ୯୦ ଭାଗ ଘର ମଥାନ ପର୍ଯ୍ୟନ୍ତ ପାଣିରେ ଏବେବି ବୁଡି ରହିଛି । ବାହ୍ୟ ଜଗତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡିଥିବା ଗ୍ରାମରେ ବହୁ ଲୋକ ସ୍ୱସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ସରକାରୀ ଡାକ୍ତର ଟିମ୍ କେବଳ ଯାଇ ପହଁଚି ଅଧଘଣ୍ଟା ପରେ ଫେରି ଆସିବା ଧର୍ମକୁ ଆଖିଠାର ସଦୃଶ । ସେଠାରେ ଡାକ୍ତର ଟିମ୍ ଅତ୍ୟନ୍ତ ୧୫ଦିନ ରହିବାର ଆବଶ୍ୟକତା ରହୁଛି । ଗର୍ଭବତୀ ମହିଳା, ଛୋଟପିଲା ଏବଂ ବୁଢାବୁଢୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ କାର୍ଯ୍ୟକ୍ରମ ସମୁଦ୍ରକୁ ଶଙ୍ଖେ ସଦୃଶ । ଏହି ରିଲିଫ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଂପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ରାଉତ, ଅମିୟ କୁମାର ପ୍ରଧାନ, ଅଲେଖ ନାୟକ, ସଂଜୟ ବାଗ୍‌, ସେକ୍ ନଫିସୁଦ୍ଦିନ୍‌, ସେକ୍ ମେହେବୁବ୍‌, ସନ୍ଦୀପ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ