ଓଡିଶା ଖଣି ନିଗମ ପକ୍ଷରୁ ସାକ୍ରାଡିହୀରେ ନିଃଶୁଳ୍କ ଚିକିତ୍ସା ଶିବିର

ଯୋଡା, (ସମୀର କୁମାର ଦାସ):ଓଡିଶା ଖଣି ନିଗମ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଖଣି ପ୍ରଭାବିତ ଗ୍ରାମବାସୀଙ୍କୁ ସେମାନଙ୍କ ଦୁଆର ମୁହଁରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ବୁଧବାର ଦିନ ବସନ୍ତପୁର ଗ୍ରାମପଞ୍ଚାୟତ ଅଧୀନ ସାକ୍ରାଡିହୀ ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବସନ୍ତପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁରୁବା ମୁଣ୍ଡା ଅତିଥି ଭାବେ ଯୋଗଦେଇ ଏହି ନିଶ୍ୁଳ୍କ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଓଡିଶା ଖଣି ନିଗମର ଦବୁନା ସାକ୍ରାଡିହୀ ମାଇନ୍ସ ମ୍ୟାନେଜର ହେମନ୍ତ ବେହେରା,ଓଏମସି ସିଏସଆର ପରାମର୍ଶଦାତା ନୂତନ ରାଉତ ଏହି ଶିବିରରେ ଉପସ୍ଥିତ ରହିଥିଲେ । ବସନ୍ତପୁର ଗ୍ରାମ ପଞ୍ଚାୟତ ସମେତ ଆଖପାଖ ଗ୍ରାମର ୧୧୮ ଜଣ ରୋଗୀ ଏହି ଶିବିରରୁ ଉପକୃତ ହୋଇଥିବା ସମୟରେ ଶରୀର ଯନ୍ତ୍ରଣା,ଥଣ୍ଡା ଏବଂ କାଶ,ଆଜମା,ଗ୍ୟାସ,ଚର୍ମ ଓ ସାଧାରଣ ରୋଗ ନିମନ୍ତେ ଏହି ଶିବିରରେ ପରୀକ୍ଷା ନୀରୀକ୍ଷା ହୋଇଥିଲା । ଓଏମସି ଡାକ୍ତର ଭାସ୍କର ପରିଡାଙ୍କ ନେତୃତ୍ୱରେ ପାରାମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଗ୍ରାମବାସୀ ମାନେ ଓଏମସିର ଉତ୍ତମ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଶା ଖଣି ନିଗମ ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଥିବା ବେଳେ ସିଏସଆର କାର୍ଯ୍ୟକ୍ରମ ଅନୁଯାୟୀ ନିୟମିତ ଭାବରେ ଏହିପରି ଗ୍ରାମ ଗୁଡିକରେ ଏହିପରି ଶିବିର ପରିଚାଳନା ନିମନ୍ତେ ଯୋଜନା ରହିଥିବା ଓଏମସି ସିଏସଆର ପରାମର୍ଶଦାତା ନୂତନ ରାଉତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ