ଓଡିଶା ଗଣମାଧ୍ୟମ ମୁଖ୍ୟଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ଦେଶରେ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଭିଡିଓ କନଫରେନସିଂରେ କଥା ହୋଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଭାରତର ପ୍ରମୁଖ ଶିଳ୍ପପତିଙ୍କ ସହିତ କଥା ହୋଇଥିଲେ। ଏଥିସହିତ ଇଲକ୍ଟ୍ରୋନିକ ଗଣମାଧ୍ୟମର ମୁଖ୍ୟଙ୍କ ସହିତ ମଧ୍ୟ କଥା ହୋଇଥିଲେ। ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତିନି ଜଣ ଓଡ଼ିଆ ଗଣମାଧ୍ୟମର ମୁଖ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଓଡ଼ିଶାର ଯେଉଁ ତିନିଜଣଙ୍କ ସହିତ ଆଲୋଚନା କରିଛନ୍ତି ସେମାନେ ହେଲେ ଧରିତ୍ରୀର ସଂପାଦକ ତଥାଗତ ଶତପଥୀ, ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମାଜର ସଂପାଦକ ସୁଶାନ୍ତ କୁମାର ମହାନ୍ତି। ମୁଖ୍ୟତଃ ଏହି ବିପଦ ବେଳେ ଲୋକଙ୍କୁ ଠିକ୍‌ ଖବର ପହଞ୍ଚାଇବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକମାନେ ଯେପରି କାମ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଗୁରୁତ୍ବ ପ୍ରଦାନ କରାଯାଉ ବୋଲି ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ