ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନିଲ ଚନ୍ଦ୍ର ଜେନାଙ୍କୁ ତାଙ୍କ ବାସଭବନରେ ମଂଚର ଆବାହକ ଜ୍ଞାନ ରଂଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଗାନ୍ଧିବିଚାର ମଂଚ ପକ୍ଷରୁ ତାଙ୍କର ଏକ ସାକ୍ଷାତକାର ନିଆଯାଇଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ସେ କିଭଳି କାର୍ଯ୍ୟ କରିଥିଲେ ସେ ସମ୍ପର୍କରେ ତାଙ୍କୁ ପଚାରି ବୁଝିଥିଲେ ଏବଂ ଶ୍ରୀ ଜେନାଙ୍କ ପିତା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଠାରୁ ସେ କଣ ବାର୍ତା ଗ୍ରହଣ କରୁଥିଲେ ଓ ଆପଣଙ୍କର ପିତା ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର ଭାବେ ଗାନ୍ଧିଜୀଙ୍କ ପ୍ରଥମ ପଟ୍ଟ ଶିକ୍ଷ୍ୟ ଥିଲେ, ସେତେବେଳେ ପିତାଙ୍କ ସହ ରହି କି କାର୍ଯ୍ୟ କରୁଥିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଦୁଃଖିନୀ କନିକାର ରଚୟିତା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପୁସ୍ତକକୁ ଇଂରେଜ ସରକାର ବ୍ୟାଜାପ୍ତି କରିଥିଲେ ଏବଂ ଗାନ୍ଧିଜୀଙ୍କ ପକ୍ଷରୁ ସେତେବେଳେ ୟଙ୍ଗ ଇଣ୍ଡିଆ ମାଗାଜିନରେ ପ୍ରକାଶ ପାଇଥିଲା ଯେଉଁ ବହି ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ପୁରୁଷୋତମ ନାୟକଙ୍କ ସହ ମିଶି କିଭଳି ଭାବେ କେନ୍ଦ୍ରାପଡାରେ ଇଂରେଜ ସରକାରଙ୍କୁ ବିରୋଧ କରୁଥିଲେ ସେ ସମସ୍ତ ବିବରଣୀ ପଚାରି ବୁଝିଥିଲେ । ଗାନ୍ଧିଜୀ କେନ୍ଦ୍ରାପଡାକୁ ଆସିବା ପରେ କିଭଳି ଭାବେ ତାଙ୍କ ସହ କାର୍ଯ୍ୟ କରିଥିଲେ ଏବଂ ସର୍ବଶେଷରେ ବିପ୍ଳବୀ ଲେଖା ପୁସ୍ତକ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରଚନା ବଳି ଏବଂ ତାଙ୍କର ଏକ ଜିବନୀ ମଂଚର ଆବାହକଙ୍କୁ ପ୍ରଦାନ କରାଯାଇଥିଲା । ଗାନ୍ଧିଜୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଡିକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧି ବିଚାର ମଂଚର ଓଡିଶା ଗାନ୍ଧିବାଦୀ ଫୋରମର ଉପାଧକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ , ଜିଲ୍ଲା ସଂଗ୍ରାମୀ ଦାୟଦ ସଂଘର ସଭାପତି ବିଚିତ୍ରାନନ୍ଦ ନାୟକ, ଗାନ୍ଧିବାଦୀ ବିଚାର ଟିଭିର ବିରଂଚି ବିଜୟ କୁମାର ପଣ୍ଡା , ଅନିଲ ଚନ୍ଦ୍ର ଜେନାଙ୍କ ପୁତ୍ର ସଂଜୟ କୁମାର ଜେନା, ରମଣୀ ରଞ୍ଜନ ରାଉତରାୟ, ଧିରେନ୍ଦ୍ର ସିଂ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ କିଶୋର ଚନ୍ଦ୍ର ପ୍ରଧାନ, ସେକ ୟୁସୁଫ, ଶେଷଦେବ ଦାସ ଓ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ