ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ୱାକ୍ଷରତା ଶିବିର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଗଣିଜାଙ୍ଗ ଶାଖା ତରଫରୁ ଆର୍ଥିକ ସ୍ୱାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ରାକେଶ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ସମାଜସେବୀ ହୃଷିକେଶ ବେହେରା, ଛୟାଳସିଂ ପଞ୍ଚାୟତ ମହିଳା ମହାସଂଘର ସଂପାଦିକା ସବିତା ମହାନ୍ତି, ଗଣିଜାଙ୍ଗ ମହିଳା ମହାସଂଘର କୋଷାଧ୍ୟକ୍ଷା ଅପର୍ଣ୍ଣା ସୁତାର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଗଣିଜାଙ୍ଗ ଶାଖାର ବ୍ୟାଙ୍କ ମିତ୍ର ଲିତା ଦିଦି, ଅଫିସ ଆସିଷ୍ଟାଣ୍ଟ ପରେଶ କୁମାର ଭୋଇ, ବିସିଏ ଶ୍ରୀଧର କୁମାର ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାହକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ଦାସ ସହାୟତା କରିଥିଲେ ।