ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପ୍ରବନ୍ଧକ ଦୂର୍ଘଟଣାରେ ଗୁରୁତର

ରାଇରଙ୍ଗପୁର,-ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପ୍ରବନ୍ଧକ କାନ୍ଦ୍ରା ମାଝୀ(୫୫), ପିତା- ଅଭିରାମ ମାଝୀ କୌଣସି କାର୍ଯ୍ୟରେ ଝରାଡିହି ବଡଡାଳିମା ଗ୍ରାମର ସୁଶାନ୍ତ ବେହାରା(୫୦)’ଙ୍କ ସହିତ ଝରାଡିହି କୁ ଆସି ଫେରୁଥିବା ବେଳେ ବହଳଦା-ଝରାଡିହି ମୂଖ୍ୟରାସ୍ତା ର ପୋଇଲାକୁନ୍ଦା ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ୧୦୮’ ଆମ୍ବୁଲ୍ୟାନ୍ସ ଯୋଗେ ବହଳଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।ଦୂର୍ଘଟଣା ସନ୍ଧ୍ୟା ପ୍ରାୟ ୭.୩୦’ ବେଳକୁ ଘଟିଥିଲା ତେବେ ବ୍ୟାଙ୍କ ପ୍ରବନ୍ଧକ ଓ ତାଙ୍କ ସାଥି ମୋଟର ସାଇକଲରେ ଥିଲାବାଳେ ଟ୍ରାକ୍ଟର ସହିତ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶି’ଙ୍କ ଠାରୁ ସୂଚନା ହସ୍ତଗତ ହୋଇଛି।ତେବେ ବ୍ୟାଙ୍କ ପ୍ରବନ୍ଧକ’ଙ୍କ ସାଥି ସୁଶାନ୍ତ ସାମାନ୍ୟ ଆହତ ଥିବା ଜଣାପଡିଛି। ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ ହେଲେ ଦୂର୍ଘଟଣାଗ୍ରସ୍ତ ବାଇକ କିମ୍ବା ଟ୍ରାକ୍ଟର କୁ ଘଟଣାସ୍ଥଳରେ ପାଇନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ