ଓଡିଶା ଚେଇଁ ଶୋଇଛି…ଆନ୍ଧ୍ର ମାଡି ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଓଡିଶା ସରକାର ଚେଇଁ ଶୋଇବା ନୀତିରେ ରହି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁଁ ଓଡିଶା ମଧ୍ୟରେ ଆନ୍ଧ୍ରର ବେଆଇନ ଆବାଧ ପ୍ରବେଶ ସହ ଓଡିସାକୁ ଦଖଲ ପାଇଁ ଆନ୍ଧ୍ର ଗତ ବହୁ ଦିନ ହେଲା ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଗଜପତି ଜିଲ୍ଲାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଫୋଟ ଚିତ୍ର ଥାଇ ଆନ୍ଧ୍ର ସରକାଙ୍କ ସମସ୍ତ ଉନ୍ନୟନ ମୁଳକ କାର୍ଯ୍ୟକ୍ରମର ପୋଷ୍ଟର ଲଗାଯାଇଛି । ଆନ୍ଦ୍ର ଏହି ପୋଷ୍ଟର ମାରି ଆଜିକୁ ୮ଦିନ ବିତିବାକୁ ଯାଉଥିଲା ସୁଦ୍ଧା ଓଡିଶା ସରକାରଙ୍କ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଦଃୁଖ ଓ ପରିତାପର ବିଷୟ ବୋଲି ଅଞ୍ଚଳବାସୀ ଅତ୍ୟନ୍ତ ଉଦ୍ବେଗର ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଗୁଡୁଖୁଡି ଓ ମାଣିକ ପାଟଣା ଗ୍ରାମର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଫୋଟ ଚିତ୍ର ଥାଇ ଆନ୍ଧ୍ର ସରକାଙ୍କ ସମସ୍ତ ଉନ୍ନୟନ ମୁଳକ କାର୍ଯ୍ୟକ୍ରମର ସମସ୍ତ ବିବରଣୀପୁର୍ଣ୍ଣ ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟର ଗୁଡିକୁ ଆନ୍ଧ୍ରର ଜଣେ ମନ୍ତ୍ରୀଙ୍କ ନିର୍ଦ୍ଦେସ କ୍ରମେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ସଶସ୍ତ୍ର ପୋଲିସ ମୁତୟନ ରହି ଉପରୋକ୍ତ ୨ଗୋଟି ଓଡିଶାର ଗ୍ରାମରେ ରହିଥିବା ଓଡିଶାବାସୀମାନଙ୍କ ଘରର ସମ୍ମୁଖ ଭାଗରେ ବଳପୂର୍ବକ ଆନ୍ଧ୍ର ପୋଷ୍ଟର ଲଗାଇଛି । ଗୁଡୁଖୁଡି ଗ୍ରାମରେ ୨୪ଗୋଟି ଏବଂ ମାଣିକପାଟଣା ଗ୍ରାମରେ ୧୮ଗୋଟି ପୋଷ୍ଟର ଲଗାଯାଇଥିବା ସୁଚନା ମିଳିଛି । ଗୁଡୁଖୁଡୁ ଗ୍ରାମରେ ୮ଦିନ ତଳେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ମାଣିକ ପାଟଣାରେ ଗତ ୩ଦିନ ହେଲା ଏହି ପୋଷ୍ଟର ଲାଗିଥିବା ଗ୍ରାମବାସୀ ଜଣାଇଛନ୍ତି । ଆନ୍ଧ୍ର ଦ୍ୱାରା ଏହି ପୋଷ୍ଟର ଲଗାଯାଇ ଆଜିକୁ ୮ଦିନ ବିତିବାକୁ ଯାଉଛି । ହେଲେ ଓଡିଶାର କୌଣସି ପଦାଧିକାରୀ କିମ୍ବା ଶାସନରେ ଥିବା ନେତା ମନ୍ତ୍ରୀ ସର୍ବପରି ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଦଃୁଖ ଓ ପରିତାପର ବିଷୟ ବୋଲି ସେହି ଅଞ୍ଚଳର ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ଉଦ୍ବେଗର ସହ ପ୍ରକାଶ କରି କହିଛନ୍ତି,ଆନ୍ଧ୍ରର ଏଭଳି ଦାଦାଗିରି ଓ ଓଡିଶା ମଧ୍ୟରେ ଅବାଧ ପ୍ରବେଶ କରି ପୋଷ୍ଟର ମାରିବା ଘଟଣାକୁ ଯଦି ଓଡିଶା ସରକାର ହାଲକା ଭାବି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଧ୍ରର ଏଭଳି କାର୍ଯ୍ୟକ୍ରମ ଓଡିଶାରେ ଲାଗି ରହିବ । ସମୟ ଆସିବ ଆନ୍ଧ୍ର ଓଡିଶାକୁ ସମ୍ପୁର୍ଣ୍ଣ ଭାବେ ଗ୍ରାସ କରିବ । ତେଣୁ ବର୍ତ୍ତମାନ ଠାରୁ ଓଡିଶା ସରକାର ଚେଇଁ ଶୋଇବା ନୀତିକୁ ଛାଡି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି ।


