ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ
ଶେଷରେ ବହୁ ପ୍ରତିକ୍ଷା ର ଅନ୍ତ ପରେ ଓଡିଶା ମାଟିରେ ପାଦ ଥାପିଛି ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ । ଭାରତୀୟ ପାଣିପାଗ ବିଊାଗର ନିର୍ଦ୍ଧେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହା ବର୍ତ୍ତମାନ ଫୁଲବାଣି ,କେନ୍ଦୁଝର , ଓ ଜାମସେଦ ପୁର ଦେଇ ଗତି କରୁଛି । ଏହାର ପ୍ରଭାବରେ ବିଶେଷ କରି ଉପକୂଳ ବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶା ରେ ବର୍ଷା ଲାଗି ରହିବ । ଆସନ୍ତା ୩ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।


