ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ୱର ଶାଖାର ଜରୁରୀ ବୈଠକ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ୱର ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ସ୍ଥାୟୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଫାଣ୍ଡ ିଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ ଶାଖାର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ସଂପାଦକ ମହେଶ୍ୱର ପ୍ରଧାନ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କର ଅପିଲ୍ କେସ୍ ବାଲେଶ୍ୱର ଉପଜିଲ୍ଲାପାଳ ରେମୁଣା ତହସିଲଦାରଙ୍କୁ ୮ ମାସରୁ ଉଦ୍ଧ୍ୱର୍ ପୁର୍ନବିଚାର ପାଇଁ ପଠାଇଥିଲେ ମଧ୍ୟ ରେମୁଣା ତହସିଲଦାର ଉକ୍ତ କେସ୍କୁ ରେଜିଷ୍ଟାର ନକରି ଶୀତଳ ଭଣ୍ଡାରରେ ପକାଇଦେଇଛନ୍ତି । ଏଥିରୁ ଜଣାଯାଏ ଯେ ବାଲେଶ୍ୱର ଜିଲ୍ଲାରେ କି ପ୍ରକାର ଶାସନ ଚାଲିଛି । ଦୁର୍ନୀତି ବିଭିନ୍ନ ବ୍ଲକରେ ଏତେ ମାତ୍ରାରେ ବଢି ଚାଲିଛି ଯେ ତାକୁ ପରାହତ କରିବା ପାଇଁ ଏବଂ ସଂଗଠନକୁ ସୁଦୃଢ କରିବା ପାଇଁ ମେମ୍ବର ସଂଖ୍ୟା ବୃଦ୍ଧି ସହିତ ଜିଲ୍ଲାର ୧୨ ଗୋଟି ବ୍ଲକରେ ନୂତନ ଶାଖାମାନ ଗଠନ ଓ ପ୍ରତ୍ୟେକ ମାସ ବିଭିନ୍ନ ଲୋକମାନଙ୍କର ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ତଥା ପୋଲିସ ବିଭାଗ ସହିତ ସାକ୍ଷାତ ଆଲୋଚନା ଜରିଆରେ ମେମୋରେଣ୍ଡମ୍ ଦିଆଯିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ପରେ ପ୍ରସ୍ତାବ ସଭାରେ ଗୃହୀତ ହୋଇଥିଲା । ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଉକ୍ତ ସଂଗଠନ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ ହେବ । ଉକ୍ତ ବୈଠକରେ ଉପଦେଷ୍ଟା ରାଧାକୃଷ୍ଣ ଆଚାର୍ଯ୍ୟ, ଯୁଗ୍ମସଂପାଦକ ଗୟାଧର କର, ଉପସଭାପତି ଜିତେନ୍ଦ୍ର ଘୋଷାଲ, ଭରତ ଲାକ୍ରା, ସୁରେଶ ଋଣା ଓ ପ୍ରଦୀପ କମିଳା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ