ଓଡିଶା ପରିବେଶ ସମିତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ପରିବେଶ ସମିତି (O.E.S) ଅନୁକୁଲ୍ୟରେ Reserve Police, Sanskrit ମହାବିଦ୍ୟାଳୟ, M.R.B.H ସ୍କୁଲ ପାରଳାଖେମୁଣ୍ଡି ,ଗଜପତି ଜିଲ୍ଲା ,ଓଡିଶା ସହଯୋଗରେ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ଶାଖା ରାୟଗଡା ପୃଷ୍ଠ ପୋଷକତା ମାଧ୍ୟମରେ ତା-୨୪-୧୧-୨୦୨୨ (ଗୁରୁବାର ) ଦିନ ଉପରୋକ୍ତ ପ୍ରତିଷ୍ଠାନର ପରିସର ମଧ୍ୟରେ ଅର୍ଜୁନ,ଅଁଳା,କରଞ୍ଜ,ପଣସ,ନିମ ଇତ୍ୟାଦି ୪୦୦ଟି ଚାରାରୋପଣ କରାଯାଇଅଛି | ପାରଳାଖେମୁଣ୍ଡି ପରିସର ମଧ୍ୟରେ ଓଡିଶା ପରିବେଶ ସମିତି ତରଫରୁ ୧୨୦୦ ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି | ବୃକ୍ଷ ରୋପଣ ଉତ୍ସବରେ ଯୋଗଦାନ କରିଥିବା ପୋଲିସ Reserve ଅଫିସ ର Inspector ଶ୍ରୀଯୁକ୍ତ ଡଂବୁରୁ ଧର ସନଗା ଓ ସେରଜେଣ୍ଟ ଲକ୍ଷ୍ମୀରଞ୍ଜନ ମଲ୍ଲିକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଯୋଗଦେଇ ବୃକ୍ଷ ରୋପଣ ଅଭିଯାନକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସମାଜ ସେବି ଶ୍ରୀଯୁକ୍ତ ମନୋଜ କୁମାର ଦାସ ଯୋଗଦେଇ ବୃକ୍ଷ ରୋପଣ ର ପ୍ରାଧାନ୍ୟତା ଉପରେ ଉପସ୍ଥିତ ପୋଲିସ କର୍ମଚାରୀମାନଙ୍କୁ ବୁଝାଇଥିଲେ | ଓଡିଶା ପରିବେଶ ସମିତି ର ମୂଳ ଲକ୍ଷ୍ୟ ହେଉଛି ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟରୁ ରକ୍ଷା କରିବା| ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତା , ଜୈବବିବିଧତା ସଙ୍କୁଚନ ପରିବେଶ ପ୍ରଦୂଷଣ କୁ ନିୟଂତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲ ର ବିକାଶ ଅପରିହାର୍ଯ୍ୟ |ପରିବେଶ ଆଧାରିତ ପୋଷ୍ଟର ଧରି ପୋଲିସ କର୍ମଚାରୀମାନେ ପରିସର ମଧ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ |ଓଡିଶା ପରିବେଶ ସମିତି ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଏ. ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ଓଡିଶା ପରିବେଶ ସମିତି ର ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ |


