ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧିକଲା ସିବିଡିଟି

ଓଡିଶାରେ ୨୦୧୯ ମେ ୩ ତାରିଖରେ ସାମୁଦ୍ରିକ ଝଡ ଫନୀ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ ଅସ୍ତବ୍ୟସ୍ତ ହୋଇପଡିଥିଲା ଏବଂ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଏହା ଫଳରେ ଟିଡିଏସ ଡି ଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ କୋହଳ କରିଛି । ୨୦୧୯ ଏପ୍ରିଲ ମାସ ପାଇଁ ଟିଡିଏସ ଦାଖଲ କରିବାର ତାରିଖ ମେ ୭ରୁ ମେ ୨୦କୁ ବୃଦ୍ଧି କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ଟିଡିଏସ ଷ୍ଟେଟମେଂଟ ପୁରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଫର୍ମ ୧୬ ଓ ଫର୍ମ ୧୬(କ)ରଟିଡିଏସ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବୃଦ୍ଧି
କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ