ଓଡିଶା ପାଇପଜଳ କର୍ମଚାରୀ ସଙ୍ଘ ପକ୍ଷରୁ ବିଦାୟୀକାଳିନ ସମ୍ବର୍ଦ୍ଧନାସଭା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ପାଇପଜଳ କର୍ମଚାରୀ ସଙ୍ଘ ପକ୍ଷରୁ ବରିଷ୍ଠ ଶ୍ରମିକ ନେତା ତଥା ଗ୍ରାମ୍ୟ ଜଳଯୋଗାଣ ଖଣ୍ଡର ଖଣ୍ଡ ସମ୍ପାଦକ ଗଣେଶ ପ୍ରସାଦ ସିଂ ସରକାରୀ ଚାକିରୀରୁ ଗତ ଅଗଷ୍ଟମାସ ୩୧ତାରିଖରେ ଅବସର ଗ୍ରହଣ କରିଥିବାରୁ ସଙ୍ଘର ରାଜ୍ୟ ସଭାପତି ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ବିଦାୟକାଳିନ ସମ୍ବର୍ଦ୍ଧନା ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ଦେହୁରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂତି ରଞ୍ଜନ ପଣ୍ଡା, ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ଲେଙ୍କା ଓ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ସିଂଙ୍କ ଚାକିରୀ ସମୟର କାର୍ଯ୍ୟକଳାପକୁ ଭୂୟସି ପ୍ରସଂସା କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କ ମତାମତକୁ ସମ୍ମାନ ଜଣାଇ ଲିଙ୍ଗରାଜ ଲେଙ୍କାଙ୍କୁ ଖଣ୍ଡ ସମ୍ପାଦକ,ନିରାକାର ପଡରିଡାଙ୍କୁ ଶାଖା ସମ୍ପାଦକ ଓ ପଟ୍ଟାମୁଣ୍ଡାଇର ଯଯାତୀ କେଶରୀ ସୂତାରଙ୍କୁ ସମ୍ପାଦକ ଭାବରେ ମନୋନ୍ୱିତ କରାଯାଇଥିଲା । ଆସନ୍ତା ୨୫ତାରିଖରେ ସର୍ବୋଚ୍ଚଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ଅକ୍ଟୋବରମାସ ୨୩ତାରିଖରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ।