ଓଡିଶା ପ୍ରଶାସକଙ୍କୁ ଆନ୍ଧ୍ରମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣକୁ ଉତ୍କଳ ସମ୍ମିଳନୀର ନିନ୍ଦା 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ୯ ତାରିଖ ଦିନ ଆନ୍ଧ୍ର ମନ୍ତ୍ରୀ ହଠାତ୍ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ପରିଦର୍ଶନରେ ଆସି ବିବାଦୀୟ ଅଙ୍ଗନବାଡି କେନ୍ଦ୍ରରେ ଧସେଇ ପଶି ଓଡିଶାର ପ୍ରଶାସକ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଅସମ୍ମାନ ମୂଳକ ବ୍ୟବହାର ଓ ନାଲିଆଖି ଦେଖାଇ ଧମକ ଦେଇ ମନ୍ତ୍ରୀ ଫେରିଥିଲେ । ଏହି ଘଟଣାକୁ ନିନ୍ଦା କରିଛି ଉତ୍କଳ ସମ୍ମିଳନୀ । ଉତ୍କଳ ସମ୍ମିଳନୀର ରାଜ୍ୟ ଉପ-ସଭାପତି ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏନଇ କହିଛନ୍ତି ଯେ, ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଆପାଲରାଜୁ ମାଣିକପାଟଣା ଗ୍ରାମରେ ପହଞ୍ôଚ ବିବାଦୀୟ ଅଙ୍ଗନବାଡି କେନ୍ଦ୍ର ଖୋଲି ଥିଲେ । ପରେ ସେହି କେନ୍ଦ୍ରରେ ଅଣ୍ଡା ବାଣ୍ଟିବା ସହ ପିଲାଙ୍କୁ ପାଠ ପଢାଇ ଥିଲେ । ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ଜାଣିବା ପରେ ଘଟଣା ସ୍ଥଳରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ । ଏହି ସମୟରେ ଆନ୍ଧ୍ରର ପଶୁପାଳନ ମନ୍ତ୍ରୀ ଆପଲରାଜୁ ଓଡିଶାର ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେ ଗଜପତି ଅଧିକାରୀଙ୍କୁ ଅଶୋଭନୀୟ ଆଚରଣ କରିବା ସହ ଧମକ ଦେଇଥିଲେ । ଶ୍ରୀପଣ୍ଡା ମନ୍ତ୍ରୀଙ୍କ ଯୁକ୍ତିତର୍କ ତଥା ଉଚବାଚର ପ୍ରତି ଜବାବ ଠିକ୍ ଦେଇଥିଲେ । ହେଲେ ଆନ୍ଧ୍ର ମନ୍ତ୍ରୀ ଯେ ଭଳି ଢଙ୍ଗରେ ବ୍ୟବହାର କରିଥିଲେ ସେ ଭଳି ନୂହଁ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ସମ୍ମାନର ସହ ମନ୍ତ୍ରୀଙ୍କ ଠାରେ ପ୍ରତି ଉତ୍ତର ରଖିଥିଲେ । ଯାହାକି ଶ୍ରୀପଣ୍ଡାଙ୍କ ବେଶ ଉଚ୍ଚ କୋଟୀର ପ୍ରଦର୍ଶନ ଅଟେ । ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଆଚରଣକୁ ନିନ୍ଦା କରି ଓଡିଶାରେ ବେନିୟମ ଭାବେ ଜବରଦସ୍ତ ପ୍ରବେଶ କରି ଆନ୍ଧ୍ର ମନ୍ତ୍ରୀ ଶୃଙ୍ଖଳାର ସୀମା ଟପି ଯାଇଛନ୍ତି । ଏହା ବିରୁଦ୍ଧରେ ଉଚିତ ପଦକ୍ଷେପ ନିଆଯିବା ପାଇଁ ଦଳମତ ନିର୍ବିଶେଷରେ ଏହାକୁ ଦୃଢ ବିରୋଧ କରାଯିବା ଆବଶ୍ୟକ । ସଦା ସର୍ବଦା ଆନ୍ଧ୍ରର ମନ୍ତ୍ରୀ ଓ ପଦସ୍ଥ ପଦାଧିକାରୀମାନେ ଓଡିଶାରେ ଜବରଦସ୍ତ ଅବାଧ ପ୍ରବେଶ କରି ଓଡିଶାର ଜୀବନ ଜୀବୀକା ଓ ବିଭିନ୍ନ ସରକାରୀ ଯୋଜନାରେ ହସ୍ତକ୍ଷେପ କରିବା ପ୍ରତିବାଦରେ ଓଡିଶା ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ