ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତିତ୍ୱ ଗଞ୍ଜାମ ବ୍ଲକର ସୁରଜ ନାହାକ,ଅନନ୍ତ କୁମାର ମୁଦୁଲି

ଗଞ୍ଜାମ, (ବିନୋଦ ପଲାଇ):ଓଡିଶା ପ୍ରଶାସନିକ ସେବା ( ଓପିଏସସି) ରେ ଗଞ୍ଜାମ ବ୍ଲକର ସୁରଜ ନାହାକ, ଅନନ୍ତ କୁମାର ମୁଦୁଲି, ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଗଞ୍ଜାମ ବ୍ଲକର ଝାରେଡି ରାଧା ଗୋବିନ୍ଦପୁର ପଞ୍ଚାୟତର ଝାରେଡି ଗ୍ରାମର ବାସିନ୍ଦା ସ୍ଵର୍ଗତ ହିନ୍ଦୀ ଶିକ୍ଷକ ସୁଧୀର ନାହାଜ ଓ ମାତା ତରୁଣାଙ୍କ ବଡ଼ପୁଅ ସୁରଜ ୧୫୨ ରେଙ୍କ ରଖିଛନ୍ତି। ବନାରସହିନ୍ଦୁ ବିଶ୍ୱବିଦ୍ୟାଳୟ ରେ ଆଇଆଇଟି ପଢ଼ୁଥିବା ସୁରଜ ଯୁକ୍ତଦୁଇ ଆରିୟାନ ଗୁରୁକୂଳ ବ୍ରହ୍ମପୁର, ଯୁକ୍ତତିନି ଖଲ୍ଲିକୋଟ ଅଟୋନମୋସ କଲେଜ଼(ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ରେ ପଢ଼ା ସରିବା ପରେ ଆଇଆଇଟି ଜ୍ୟାମ ଓ ଆଇଆଇଟି ବିଏଚୟୁ ରେ ପାଇଥିଲେ ମଧ୍ୟ , ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରେ ପାଠ ପଢିଥିଲେ। ପ୍ରଥମଥର ପାଇଁ ଓଏଏସ ପରୀକ୍ଷା ଦେଇ ପ୍ରଥମ ଥରରେ ସଫଳତା ପାଇଛନ୍ତି। ଏନେଇ ସୁରଜ କହିଛନ୍ତି ବିନା କୋଚିଙ୍ଗରେ ଘରେ ରହି ପ୍ରସ୍ତୁତ ହୋଇ ୟୁଟୁଭର ଦେଖି ସଫଳତା ପାଇଛନ୍ତି। ଏହାର ଶ୍ରେୟ ଭଗବାନଙ୍କ ପରେ ତାଙ୍କର ବାପା, ଜେଜେ ବାପା ଓ ବଡ଼ବାପାଙ୍କୁ ଦେଇଥିବା ବେଳେ ବର୍ତ୍ତମାନ ଏହି ତିନଜଣ ଖୁସି ଦେଖିବାକୁ ଦୁନିଆରେ ନଥିବା କହିଛନ୍ତି। ଏହି ସଫଳତାରେ ସେ ଯେତିକି ଖୁସି ନୁହନ୍ତି ,ଅନ୍ୟ ମାନେ ଅନୁପ୍ରାଣିତ ହୋଇ ଏହିପରି ଓଏଏସ ପାଇବେ ସେ ବହୁତ ଖୁସି ହେବେ। ସେ ଜଣେ ଭଲ କ୍ରିକେଟ , ବକ୍ସସିଂ, ଟେନିସି ଖେଳାଳି ହୋଇଥିବାରୁ ଭବିଷ୍ୟତରେ ତାଙ୍କର କ୍ରୀଡା , ଶିକ୍ଷାର ବିକାଶ ତାଙ୍କର ପ୍ରାଥମିକତା ରହିବା ସହ ଓ ସେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଳିଆବାଦ ଗ୍ରାମର ବାସିନ୍ଦା ତଥା ପାନବ୍ୟବସାୟୀ ସ୍ଵର୍ଗତ ରଙ୍କନିଧି ମୁଦୁଲି , ମାଆ ସୁଜନ ମୁଦିଲିଙ୍କ ପୁଅ ଅନନ୍ତ କୁମାର ମୁଦୁଲି ୩୪୩ ରେଙ୍କ ରଖିଛନ୍ତି। ନିଜ ଗ୍ରାମରୁ ମାଟ୍ରିକ ଶିକ୍ଷାଶେଷ କରିବା ପରେ ନେଭି ଅଧିକାରୀ ରୂପେ ଚେନାଇରୁ କର୍ମମୟ ଜୀବନ ଅରମ୍ବ କରି ୨୦୨୧ ମସିହାରେ ଅବସର ଗ୍ରହଣ କରିଥିଲେ। ବିନା କୋଚିଙ୍ଗିରେ ସଫଳତା ପାଇଥିବା ଅନନ୍ତ ଏହାର ଶ୍ରେୟ ଭଗବାନ, ପରିବାର ଲୋକ ଓ ଶୁଭେଚ୍ଛୁ ଦେଇଛନ୍ତି। ନିଜ ପଞ୍ଚାୟତରେ ପ୍ରଥମ ଥର ପାଇଁ ଏହି ସଫଳତା ସେ ପାଇଥିବାରୁ , ଅନ୍ୟ ମାନେ ଯଦି ଏପରି ସଫଳତା ପାଇବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି। ସେ ନିଜେ କରାଟେ ରେ ଜତୀୟ ସ୍ତରର ବ୍ଲାକବେଲଟ ପାଇଥିବା ରୁ ଭବିଷ୍ୟତରେ ତାଙ୍କର କ୍ରୀଡା, ଶିକ୍ଷା ଓ ସେବା ପ୍ରତିହିଁ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ