ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତିତ୍ୱ ଗଞ୍ଜାମ ବ୍ଲକର ସିଦ୍ଧାର୍ଥ ଓ ପ୍ରଣୟ

ଗଞ୍ଜାମ, (ବିନୋଦ ପଲାଇ):ଓଡିଶା ପ୍ରଶାସନିକ ସେବା ( ଓପିଏସସି) ରେ ଗଞ୍ଜାମ ବ୍ଲକର ସିଦ୍ଧାର୍ଥ କୁମାର ବେହେରା ଓ ପ୍ରଣୟ କୁମାର ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।ଗଞ୍ଜାମ ବ୍ଲକର କରପଡା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମବାସିନ୍ଦା କୃଷ୍ଣଚନ୍ଦ୍ର ବେହେରା, ଓ ମାତା ତୁଳସା ବେହେରାଙ୍କ ପୁଅ ସିଦ୍ଧାର୍ଥ ୧୪୦ ରେଙ୍କ ରଖିଛନ୍ତି। ସୁରଙ୍ଗୀ ଜବହାର ନବଦୟ ବିଦ୍ୟାଳୟ ରୁ ମେଟ୍ରିକ, ଓ ଯୁକ୍ତଦୁଇ ପାସ କରିବା ପରେ , ତେଲେଙ୍ଗାନା ରାଜ୍ୟର ହଟିକଲଚର ବିଶ୍ୱବିଦ୍ୟାଳୟ ରେ ପାଠପଢ଼ା ୨୦୨୦ ମସିହାରେ ଶେଷ ହୋଇଥିଲା। ବିନା କୋଚିଙ୍ଗରେ ଘରେ ରହି ପ୍ରସ୍ତୁତ ହୋଇ ସଫଳତା ପାଇଛନ୍ତି ସିଦ୍ଧାର୍ଥ।ଏହାର ଶ୍ରେୟ ଭଗବାନଙ୍କ ପରେ ତାଙ୍କର ବଡ଼ ଭାଇ ପ୍ରଶାନ୍ତ କୁମାର ବେହେରା ପରେ ଭାଉଜ ସୁମିତ୍ରା, ଭଉଣୀ ହେମଲତା, କକା ସୋମନାଥ ଓ ଖୁଡି ସୁମିତାଙ୍କୁ ସମର୍ପିତ କରିଛନ୍ତି। ସ୍ୱପ୍ନ ଦେଖ, ନିଜ ଉପରେ ବିଶ୍ୱାସ ରଖ, କଠିନ ପରିଶ୍ରମ କର ଦେଖିବ ସଫଳତା ନିଶ୍ଚିତ ଭାବରେ ମିଳିବ ବୋଲି ଆଜିର ପିଢ଼ି ପାଇଁ କହିଛନ୍ତି। ସେ ଜଣେ କୃଷି ବିଦ୍ୟାର୍ଥୀ ହୋଇଥିବାରୁ ଓଡ଼ିଶାରେ କୃଷିର ଉର୍ଣ୍ଣତି ଉପରେ ତାଙ୍କର ଫୋକସ ରହିବ ବୋଲି କହିଛନ୍ତି। ଏହାସହ ବ୍ୟାଟେବିଟେନ, ଯୋଗ , କ୍ରିକେଟ ଓ ଡ୍ୟାନ୍ସରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୌରାଙ୍ଗ ପାଟଣାଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ମାଆ ପ୍ରଭାବତୀ ବେହେରାଙ୍କ ପୁଅ ପ୍ରଣୟ କୁମାର ୨୬୪ ରେଙ୍କ ରଖିଛନ୍ତି। ଭୁବନେଶ୍ୱର ସିଟକଲେଜ଼ରୁ ଇଂଜିନିୟରିଂ ପାଠ ସରିବା ପରେ କିଛି ଦିନ ଚାକିରୀ କରିଥିଲେ। ଆଇଏଏସ ପାଇଁ ଲକ୍ଷ୍ୟ ରଖିଥିବା ପ୍ରଣୟ ଓଏଏସ ରେ ସଫଳତା ପାଇଥିବ ଏହାର ଶ୍ରେୟ ପରିବାର ଲୋକ ଓ ଶୁଭେଚ୍ଛୁ ଦେଇଛନ୍ତି।ଭବିଷ୍ୟତରେ ସେବା ଓ ସୁଶାସନ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ