ଓଡିଶା ପ୍ରଶାସନିକ ସେବାରେ ସଫଳତା ପାଇ ହାଟଡିହି ପାଇଁ ଗୌରବ ଆଣିଲେ ଅଜୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଡିଶା ପ୍ରଶାସନିକ ସେବାରେ ସଫଳତା ପାଇ ହାଟଡିହି ପାଇଁ ଗୌରବ ଆଣିଛନ୍ତି ବାଙ୍ଗୋର ଗ୍ରାମର ଅଜୟ କୁମାର ସାହୁ । ବାଙ୍ଗୋର ଗ୍ରାମର ମାୟାଧର ସାହୁ ଓ ବାସନ୍ତୀ ସାହୁଙ୍କ ପୁଅ ଅଜୟ କୁମାର ସାହୁ ଦୀର୍ଘ ୧୫ବର୍ଷ ଧରି ଭାରତୀୟ ନୌସେନାରେ କାମ କରି ଅବସର ନେଇଛନ୍ତି । ସେ ଆଇଏନଏସ ବିରାଟରେ ଦୀର୍ଘ ୮ବର୍ଷ ଧରି କାମ କରିଥିଲେ । ଅବସର ପରେ ସହକାରୀ ପ୍ରଫେସର ଭାବେ ଫକିରମୋହନ ୟୁନିଭରସିଟି ରେ ସାମାଜିକ ବିଜ୍ଞାନରେ କାର୍ଯ୍ୟରତ ଅଛନ୍ତି । ସେ ପୁର୍ବରୁ ଥରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ବିଫଳ ହୋଇଥିଲେବି ତାଙ୍କର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ୨୦୨୦ରେ ପୁନର୍ବାର ପରୀକ୍ଷା ଦେଇ ୩୨୧ର୍ୟାଙ୍କରେ ରହି ସଫଳତା ଅର୍ଜନ କରିଛନ୍ତି । ସେ ଇଗ୍ନୁରେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ସମାପ୍ତ କରିଥିବାବେଳେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସେବା କରିବା ପାଇଁ ଇଛା କରିଥିଲେ । ଯେଉଁ ଇଛା ତାଙ୍କର ଆଜି ପୁର୍ଣ୍ଣ ହୋଇଛି । ଏହି ସଫଳତାର ଶ୍ରେୟ ସେ ନିଜ ବାପା ମା ଓ ସ୍ତ୍ରୀ ଦିପ୍ତୀମୟୀ ରାଉତଙ୍କୁ ଦେଇଛନ୍ତି । ସେ ବାଙ୍ଗୋର ଗ୍ରାମର ବାସିନ୍ଦା ହୋଇଥିଲେବି ଏବେ ଛେନାପଦି ସୁଲଣ ରାସ୍ତାରେ ଘର କରି ରହୁଛନ୍ତି । ସେ ଏପରି ସଫଳତା ହାସଲ କରିବାପରେ ହାଟଡିହି ବ୍ଲକର କୋଣ ଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ