ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଶୁଭାଶୀଷଙ୍କ ସଫଳତା

ଛତ୍ରପୁର, (ଦେବଦତ୍ତ ମହାରଣା):ସଂପ୍ରତି ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ବିଦ୍ୟା ପୀଠର ପ୍ରାକ୍ତନ ଛାତ୍ର ଶୁଭାଶୀଷ ଶତପଥୀ ୬୨ ରାଙ୍କ ପାଇ ସଫଳତା ଆଣିଥିବା ପରିପ୍ରେକ୍ଷୀରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।ଛତ୍ରପୁର ବ୍ଳକ ଅନ୍ତର୍ଗତ ଦୁଆନପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା କୃଷ୍ଣଚନ୍ଦ୍ର ନଗରଡିହ ନିବାସୀ କୈଳାଶ ଚନ୍ଦ୍ର ଶତପଥୀଙ୍କ ଏକ ମାତ୍ର ପୁତ୍ର ଶୁଭାଶୀଷ ଜଣେ ମେଧାବୀ ଛାତ୍ର ରୂପେ ଦଶମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ବିଷୟ ତତ୍କାଳୀନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ପ୍ରକାଶ କରିଛନ୍ତି ।ତାଙ୍କର କୃତିତ୍ବରେ ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ର ପୂର୍ବତନ ଛାତ୍ର ସଂସଦର ସଭାପତି ଗଦାଧର ରାଉଳ, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ, ସଂପାଦକ କାମରାଜୁ ମହାରଣା, ଯୂଗ୍ମ ସଂପାଦକ କୈଳାଶ ବେହେରା ଓ ଅନିଲ୍ କୁମାର ବିଷୋୟୀଙ୍କ ସମେତ ସଭ୍ୟ ବୃନ୍ଦ ମୂରଲୀ ଧର ସ୍ବାଇଁ, ଅନିଲ୍ କାନ୍ତ ମହାରଣା, ସନ୍ତୋଷ କୁମାର ସାହୁ,କୃଷ୍ଣଚନ୍ଦ୍ର ସାହୁ, ବସନ୍ତ କୁମାର ରାଉଳ, ସନ୍ତୋଷ କୁମାର ନନ୍ଦ ପ୍ରମୁଖ ଖୁସି ବ୍ୟକ୍ତ ସହ ଶୁଭେଚ୍ଛା ଜଣାଇ ଜଣେ ଦକ୍ଷ ଅଧିକାରୀ ରୂପେ ନିଜକୁ ପ୍ରତିଷ୍ଠିତ କରିବାପାଇଁ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ