ଓଡିଶା ଫେରନ୍ତାଙ୍କ ପାଇଁ ବିଭିିନ୍ନ ଟି.ଏମ୍.ସିରେ ରହିବାର ବ୍ୟବସ୍ଥା
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନେ ଗତ ୨ ତାରିଖ ଠାରୁ ବନ୍ତ ବ୍ଲକରେ ପହଞ୍ôଚବାରେ ଲାଗିଛନ୍ତି । ଗତ ୧୧ ତାରିଖ ସୁଦ୍ଧା ବ୍ଲକରେ ମୋଟ ୧୫୧ ଜଣ ପ୍ରବାସୀ ଓଡିଆ ପହଞ୍ôଚ ଥିବାର ଜଣାଯାଇଛି । ଏସମସ୍ତ ପ୍ରବାସୀ ମାନଙ୍କ ପାଇଁ ବ୍ଲକର ୨୫ଟି ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ୍.ସି)ରେ ସମସ୍ତ ବ୍ୟବସ୍ଥା କରାଯାଇଛି । କେଉଁ ଟି.ଏମ୍.ସିରେ କେଉଁ ରାଜ୍ୟରୁ ଆସୁଥିବା ପ୍ରବାସୀ ମାନେ ରହିବେ ସେନେଇ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି । ସେହିଅନୁଯାୟୀ ପ୍ରବାସୀ ମାନଙ୍କୁ ନିର୍ଦ୍ଦିଷ୍ଟ ଟି.ଏମ୍.ସିରେ ରଖାଯାଉଛି । ନିଳୋକ ଟି.ଏମ୍.ସି.ରେ ଗୁଜୁରାଟ ରାଜ୍ୟରୁ ଆସିଥିବା ପ୍ରବାସୀ ମାନେ ରହିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଗଣିଜାଙ୍ଗରେ ପଶ୍ଚିମବଙ୍ଗ, ଓଡଙ୍ଗ ଓ ଅଣିଜୋରେ ମହାରାଷ୍ଟ୍ର, କେନ୍ଦୁଆପଦା ଓ ଗୋବିନ୍ଦପୁରରେ ତାମିଲନାଡୁ, ଷେଣ୍ଢତୀରା ଓ ବନ୍ତରେ କର୍ଣ୍ଣାଟକ, ପୁରୁଷଣ୍ଢ, ବିଟିପୁର ଓ ଗୋପିନାଥପୁରରେ ତେଲେଙ୍ଗାନା, କାଦବରାଙ୍ଗ, ବଡବର୍ଚ୍ଚିକୟାଁ ଓ ଟିଲୋରେ କେରଳ, ଛୟାଳସିଂରେ ଛତିଶଗଡ, ବସନ୍ତିଆରେ ହରିୟାନା, ରାମଚନ୍ଦ୍ରପୁରରେ ଉତ୍ତରପ୍ରଦେଶ, ରାମକୃଷ୍ଣପୁରରେ ମଧ୍ୟପ୍ରଦେଶ, ମହାନ୍ତିପଡା ଓ ଆଡିଆରେ ଦିଲ୍ଲୀ, ରାମପୁରରେ ରାଜସ୍ଥାନ ଓ ପଞ୍ଜାବ୍, ତୋଡଗାଁରେ ଆସାମ୍, ବିହାର, ଆଣ୍ଡାମାନ ନିକୋବର, ଡାମନଡିଉ, ଚାରିଗାଁରେ ପଣ୍ଡିଚେରୀ, ମଣିପୁର, ଗୋଆ, ବଡମହିଷଗୋଠରେ ଝାଡଖଣ୍ଡ, ଉତ୍ତରାଖଣ୍ଡ, ଜମୁ ଏବଂ କାଶ୍ମୀର ରାଜ୍ୟରୁ ଫେରିଥିବା ପ୍ରବାସୀ ମାନଙ୍କୁ ରଖାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି । ସେହିପରି ପଧାନପଡା ଟି.ଏମ୍.ସି.ରେ ସମସ୍ତ ସଂଖ୍ୟାଲଘୁ ସମ୍ପଦାୟ ଫେରନ୍ତାଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଥିବା ବ୍ଲକ ସୂତ୍ରରୁ ଜଣାଯାଇଛି ।


