ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ କମିଟି ଗଠନ ବୈଠକ

ଗାଙ୍ଗପୁର ,( ସନ୍ତୋଷ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ଓ ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ସୋରଡ଼ା କ୍ଷେତ୍ରୀୟ ପରିଚାଳନା ସଂସ୍ଥାନ ର ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ କାର‌୍ୟ୍ୟପାଇଁ ସୋରଡ଼ା ପଞ୍ଚାୟତ ସମିତି ସଭାଗୃହ ଠାରେ ସୋରଡ଼ା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସିମାଞ୍ଚଳ ମଣ୍ଡଳ ଙ୍କ ସଭାପତିତ୍ୱରେ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ଭାଗ ଦ୍ୱିତୀୟ ପାଇଁ ଏକ ବ୍ଲକ ଉପଦେଷ୍ଠା କମିଟି ଗଠନ ଓଡିଶା ସରକାର ଜଙ୍ଗଲ ବିଭାଗ ନିର୍ଦେଶ ତଥା ଆଦେଶନାମା କୁ ଭିତି କରି ଗଠନ କରାଯାଇଛି । ଏହି କମିଟିରେ ଅନ୍ୟାନ୍ୟ ସଭ୍ୟ ଅତିରିକ୍ତ ଗୋଷ୍ଠୀ ଅଧିକାରୀ, ବ୍ଲକ ସହାୟକ ଯନ୍ତ୍ରୀ, ମଙ୍ଗଳ ଉର୍ଣ୍ଣୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଗ୍ରାମ ପଂଚାୟତ ବୈଷୟିକ ସହାୟକ ମଧ୍ୟ ଉପସ୍ଥିତ ଥିଲେ. କେନ୍ଦ୍ରୀୟ କ୍ଷେତ୍ରୀୟ ପରିଚାଳନା ସଂସ୍ଥା ସଂଯୋଜକ ସନ୍ତୋଷ କୁମାର ଡାକୁଆ ଏହି କମିଟୀର ବିଶେଷ୍ୟତ ଏବଂ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ. ସୋରଡ଼ା କ୍ଷେତ୍ରୀୟ ପରିଚାଳନା ସଂସ୍ଥାନ ମୁଖ୍ୟ ଶ୍ରୀ ଲମ୍ବୋଦର ସାର ସୋରଡ଼ା ବନାଞ୍ଚଳ କାର‌୍ୟ୍ୟକ୍ରମ ବିଷୟରେ ବିଷଦ ଭାବରେ ଆଲୋଚନା କରି ଥିଲେ. ବନପାଳ ଭେଙ୍କଟ ଦୋରା, ମାନସ ପ୍ରଧାନ, ସଂଗଣକ ପରିଚାଳକ ଅମିତ ସାବତ,ପ୍ରକଳ୍ପ ହିସାବ ରକ୍ଷକ କେଦାରନାଥ ଶତପଥି ଏବଂ ବନରଖି ମାନେ ସହଯୋଗ କରିଥିଲେ. ପରିଶେଷରେ ଜୀବନ ଜୀବିକା ସଂଯୋଜକ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ସଭାପତିଙ୍କ ଅନୁମତି କ୍ରମେ ସବୁଜିମା କୋଳରେ ହସି ହସାଇବାର ପ୍ରୟାଶ କୁ ଆଶା ପୋଷଣ କରି ସଭା କାର‌୍ୟ୍ୟ ସଭାପତି ଙ୍କ ନିର୍ଦେଶ କ୍ରମେ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ