ଓଡିଶା ବନ୍ଦକୁ ସଫଳ କରିବା ନିମନ୍ତେ ବାଇକ୍ ରାଲି
ଛତ୍ରପୁର, (ଦେବଦତ୍ତ ମହାରଣା) : ଡିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆ ଦର ବୃଦ୍ଧି ବିରୋଧରେ ରାଜ୍ୟର ବାମପନ୍ଥି ଦଳ ପକ୍ଷରୁ ଜୁଲାଇ ୧୫ ତାରିଖ ସକାଳ ୬ ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ସଫଳ କରିବା ନିମନ୍ତେ ସିପିଆଇ ପାର୍ଟି ପକ୍ଷରୁ ଦଳୀୟ ଓ ନେତା କର୍ମୀ ମାନେ ବୁଧବାର ସଂନ୍ଧ୍ୟାରେ ଏକ ବାଇକ ରାଲି ଯୋଗେ ଛତ୍ରପୁର ସହର ପରିକ୍ରମା କରି ଛାତ୍ର, ଯୁବକ, ଶ୍ରମିକ, ବୁଦ୍ଧିଜିବୀ, ବ୍ୟବସାୟୀ , ପରିବହନ ସଂସ୍ଥା ଓ ଜନସାଧାରଣ ଦରବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ କରି ଓଡିଶା ବନ୍ଦ ଆନ୍ଦୋଳନରେ ସ୍ୱତଃପ୍ରବୃତ୍ତ ଭାବେ ସାମିଲ ହେବା ନିମନ୍ତେ ନିବେଦନ କରିଛନ୍ତି । ଏଥିରେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣାରେଡ୍ଡୀ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଚିଙ୍କାରା ବେହେରା, ପ୍ରଫୁଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ସାମିଲ ଥିଲେ ।

 
            
