ଓଡିଶା ବରିଷ୍ଠ ନାଗରିକ ମହାସଂଘ ଡାକରାରେ ଦାବୀଦିବସ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାରା ଓଡିଶା ରେ ସମସ୍ତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପାଞ୍ଚ ଦଫା ଦାବୀ ନେଇ ସର୍ବତ୍ର ଦାବୀ ଦିବସ ସକାଳ ୧୦ରୁ ଅପରାହ୍ନ ୧ଟାଏ ପର୍ଯ୍ୟନ୍ତ ପାଳନ ହୋଇ ସ୍ଥଳ ବିଶେଷ ରେ ତହସିଲଦାର /ଉପଜିଲ୍ଲାପାଳ /ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱର ଲୋଏର ପି ଏମ. ଜି ଛକରେ ଗଣଧାରଣା ଦିଆଯାଇଏ ଦାବୀ ସମୂହକୁ ସାବ୍ୟସ୍ତ କରାଯାଇଛି। ଭଞ୍ଜନଗର ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମଞ୍ଚ ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ବରିଷ୍ଠ ନାଗରିକ ପ୍ଲାକାର୍ଡ ଧରି ଦାବୀ ଗୁଡିକ ଉପରେ ନାରା ଦେଇ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ ଭବନ କୁ ଯାଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରି ଆଲୋଚନା କରିଥିଲେ ।ଏହି ଦାବୀ ଗୁଡିକ ହେଉଛି ବାର୍ଦ୍ଧକ୍ୟ ଭତ୍ତା ୫୦୦ଟଙ୍କାରୁ ୨୦୦୦ବୃଦ୍ଧି କରାଯାଉ । ଗରିବଲୋକଙ୍କୁ ୫କିଲୋ ଚାଉଳ ପରିବର୍ତ୍ତେ ୧୦କିଲୋ ଦିଆଯାଉ । ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ, ସବୁଠି ଡେ କ୍ୟାର ଗୃହ ର ବ୍ୟବସ୍ତା ହେଉ । ପୁରୀ ଜଗନ୍ନାଥ ଙ୍କୁ ଦରଶନ ପାଇଁ ସ୍ୱତନ୍ତ୍ର ସୁବିଧା ଓ ସମୟ ଧାର୍ଯ୍ୟ କରାଯାଉ ।ଏହି ପାଞ୍ଚ ଦାବୀ ପୂରଣ ନହେଲେ ବରିଷ୍ଠ ନାଗରିକ ମାନେ ବାଧ୍ୟ ହୋଇ ରାଜରାସ୍ତା ଓହ୍ଲାଇ ବେ ବୋଲି ସତର୍କ ବାଣୀ ଶୁଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ