ଓଡିଶା ବିଧାନସଭାରେ ଉଠିଲା ପାରଳାଖେମୁଣ୍ଡି ବାଇପାସ୍ ନିର୍ମାଣ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ବିଧାନସଭାରେ ପାରଳାଖେମୁଣ୍ଡିରେ ବାଇପାସ୍ ନିର୍ମାଣ ପ୍ରସଙ୍ଗ ଉଠାଇ ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି. ଅଣଓସାରିଆ ରାସ୍ତା ସାଙ୍ଗକୁ ଜବରଦଖଲ ପାରଳାଖେମୁଣ୍ଡି ସହରବାସୀଙ୍କ ପାଇଁ ଟ୍ରାଫିକ୍ ସମସ୍ୟା ବଢ଼ାଇବାରେ ଲାଗିଛି। ଦିନକୁ ଦିନ ମୁଖ୍ୟ ସଡକ ସଂକୀର୍ଣ୍ଣ ହେବା ସହ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଲୋକଙ୍କ ଏହି ସମସ୍ୟା ଦୂର କରିବାପାଇଁ ପ୍ରଶାସନ, ପୁଲିସ ଓ ପୌରପାଳିକା ସତ ଚେଷ୍ଟା କରୁଥିଲେ ମଧ୍ୟ ତାହା ବିଫଳ ହେଉଛନ୍ତି। ଯାହାକୁ ନେଇ ପୂର୍ବ ସରକାର ପାରଳାଖେମୁଣ୍ଡି ସହରରୁ କିଛି ଦୂରରେ ଥିବା ପୁଡୁଣୀ ଗ୍ରାମ ଦେଇ ବାଇପାସ୍ କରିବାପାଇଁ ଘୋଷଣା କରିବା ସହ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ପୁଡୁଣୀରୁ ରାଣୀପେଣ୍ଠ ଯାଏଁ ୪ କିମି ୩ ଶହ ମିଟରର ଏହି ବାଇପାସ୍ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ପୂର୍ବ ସରକାର ଧାର୍ଯ୍ୟ କରିଥିବା ବ୍ୟୟ ଅଟକଳ ବଢ଼ିବା ସମ୍ଭାବନା ରହିଥିବା ପୂର୍ତ୍ତବିଭାଗ ପକ୍ଷରୁ ସୂଚନା ମିଳିଛି। ବିଧାୟକ ଶ୍ରୀ ପାଣିଗ୍ରାହୀ ବିଧାନସଭା ପ୍ରଶ୍ନକାଳରେ ଏହି ପ୍ରୟାସକୁ ପାରଳାଖେମୁଣ୍ଡିର ବୁଦ୍ଧିଜୀବି ସହ ଜନସାଧାରଣ ସ୍ବାଗତ କରିଛନ୍ତି।


