ଓଡିଶା ବିଧାନସଭାର ବିଧାୟକ ମାନେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ବୁଧବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ଓଡିଶା ବିଧାନସଭାର ବିଧାୟକମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ଜଣିଆ ବିଧାୟକଦଳ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ଉପହାର ପ୍ରଦାନ କରିଥିବା ଜଣାପଡିଛି । ଏନେଇ ଗତ ବିଧାନସଭା ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିବାବେଳେ ବାଚସ୍ପତି ଆରୁଖ ମହାମହିମ ରାଷ୍ଟ୍ରପତିଙ୍କୁ ଉକ୍ତ ସଂକଳ୍ପ ପତ୍ର ପ୍ରଦାନ କରିଛନ୍ତି ଆଜି । ସାକ୍ଷାତ କର ସମୟରେ ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କୋଟପାଡ଼ରେ ନିର୍ମିତ ହେଉଥିବା ଗୋଟିଏ ଶାଢ଼ୀ ଉପହାର ରୂପେ ପ୍ରଦାନ କରିଥିବା ବେଳେ ଅନୁରୂପଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଶାଢ଼ୀ ଉପହାର ଦେଇଥିବା ଜଣାପଡିଛି । ସେହିପରି ବିଜେପିର ଭଦ୍ରକ ବିଧାୟକ ବିଷ୍ଣୁ ଚରଣ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପାଠ କରିବା ସହ କବିତା ସଙ୍କଳନକୁ ରାଷ୍ଟ୍ରପତିଙ୍କୁ ଅହିଅବସାରରେ ପ୍ରଦାନ କରିଛନ୍ତି । ରାଜ୍ୟ ବିଧାନସଭା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ରଭାବେ ନିର୍ମିତ ତାରକସୀରେ କାର୍ଜ୍ୟ ହୋଇଥିବା ଚତୁଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ବିଧାୟକ ମାନଙ୍କ ଉପସ୍ଥିରେ ବାଚସ୍ପତି ଆରୁଖ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ