ଓଡିଶା ବ୍ରାହ୍ମଣ ମହାସଂଘର ଭଦ୍ରକ ଜିଲା ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବରପଦା ସରସ୍ୱତୀ ବିହାର ଠାରେ ଓଡିଶା ବ୍ରାହ୍ମଣ ମହାସଂଘର ଭଦ୍ରକ ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ପଦ୍ମନାଭ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଡ.ସଦାନନ୍ଦ ଦୀକ୍ଷିତ୍, ରାଜ୍ୟ ସଂପାଦକ ଗୋପବନ୍ଧୁ ମିଶ୍ର, ଶିକ୍ଷାବିତ୍ କରୁଣାକର ଉପାଧ୍ୟାୟ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ଯୋଗ ଦେଇ ବ୍ରାହ୍ମଣ ସଂଗଠନର ଆବଶ୍ୟକତା ଓ ବିସ୍ତାର ଉପରେ ଆଲୋକପାତ କରିଥିଲେ । ସରସ୍ୱତୀ ବିହାରରେ ପ୍ରତିଷ୍ଠିତ ବୈଦିକ ବିଦ୍ୟାପୀଠମ୍ର ବିକାଶ ପାଇଁ ବ୍ରାହ୍ମଣ ମହାସଂଘ ଜାତିଗତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ଏକ ଜିଲା କମିଟି ଗଠିତ ହୋଇଥିଲା । ସଭାପତି ଭାବେ କାଶିନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ପଣ୍ଡା, ସାଧାରଣ ସଂପାଦକ ବସନ୍ତ କୁମାର ଦୀକ୍ଷିତ୍, ଯୁଗ୍ମ ସଂପାଦକ ମନୋରଂଜନ ଦୀକ୍ଷିତ୍, କୋଷାଧ୍ୟକ୍ଷ ଆଇନଜୀବି ରାଧାକାନ୍ତ ଦୀକ୍ଷିତ୍, ଉପସଭାପତି ସାମ୍ବାଦିକ ପତଞ୍ଜଳୀ କରଶର୍ମା, ଅଧ୍ୟାପକ ଚିତ୍ତ ରଂଜନ ଦାସ, ଡ.ସତ୍ୟପ୍ରକାଶ ପଣ୍ଡା, ପ୍ରତାପ କୁମାର ପାଢୀ, ସଂଗଠନ ସଂପାଦକ ସନ୍ତୋଷ କୁମାର କର, ଯୁଗ୍ମ ସଂପାଦକ ପଦ୍ମନାଭ ପାଣିଗ୍ରାହୀ, ସହସଂପାଦକ ସାମ୍ବାଦିକ ବିଜୟ କୁମାର ପଣ୍ଡା, ଅନିରୁଦ୍ଧ ଉପାଧ୍ୟାୟ, ଆଇନ ପରାମର୍ଶଦାତା ଭଦ୍ରକ ଓକିଲ ସଂଘର ସଭାପତି ଆଇନଜୀବି ଦୀଲିପ କୁମାର ମହାପାତ୍ର, ଗଣମାଧ୍ୟମ ସଭାପତି ରାମନାରାୟଣ ନାୟକ, ସଂପାଦକ ତପନ କୁମାର ମିଶ୍ର, ଶକ୍ତିବାହିନୀର ସଭାପତି ଜୟନ୍ତୀ କରଶର୍ମା, ମାର୍ଗଦର୍ଶକ ଭାବେ ପଣ୍ଡିତ ଭାଗିରଥି ନନ୍ଦଶର୍ମା, ପଣ୍ଡିତ ଚର୍ତୁଭୁଜ ତ୍ରିପାଠୀ, ପଦ୍ମନାଭ ପାଢୀ, ଶମ୍ଭୁନାଥ ପାଣିଗ୍ରାହୀ, ପଣ୍ଡିତ ଜଗନ୍ନାଥ ପାଣିଗ୍ରାହୀ, ବିଷ୍ଣୁ ମୋହନ ପାଣିଗ୍ରାହୀ, ରାମଚନ୍ଦ୍ର ପଣ୍ଡା, ଦୟାନିଧି ମିଶ୍ର ମନୋନୀତ ହୋଇଥିଲେ ।


