ଅନ୍ତର।ଷ୍ଟ୍ରୀୟ ଓଡିଶା ବ୍ରାହ୍ମଣ ମହାସଂଘ ର ଦ୍ୱିତୀୟ ବୈଠକ
(ଯୁଗାବ୍ଦ ନ୍ୟୁଜ) ଜୟ ଗୁରୁଦେବ। ଆଜି ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ଦ୍ବିତୀୟ ବୈଠକ ସରାଂଶ, ଡୁବୁରୀ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟ ୪୫୦ ଜଣ ବ୍ରାହ୍ମଣ ଏକତ୍ରିତ ହୋଇଥିଲେ। ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଏକ ଲାଭବିହୀନ ବେସରକାରୀ ସଂଗଠନ। ସଭାରେ ରାଜ୍ୟର ବିଶିଷ୍ଟ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରମ୍ପରା ଅନୁଯାୟୀ ପ୍ରଥମେ ନିଳଗିରି ବେଦ ବିଦ୍ୟାପୀଠର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ବେଦଧ୍ବନୀ ସହିତ ଦୀପ ପ୍ରଜ୍ଜ୍ଵଳନ କରାଯାଇ ବିଶିଷ୍ଟ ବିଦ୍ବାନଙ୍କ ସହଯୋଗରେ ବିଶ୍ବକଲ୍ୟାଣ ନିମିତ୍ତ ସୂର୍ୟ୍ୟ ପୂଜା ଓ ମହାରୁଦ୍ରାଭିଷେକ କରିଥିଲେ। ଜଳପାନ ପରେ ସଂସ୍ଥାର ମାର୍ଗଦର୍ଶକ ମୁକ୍ତିମଣ୍ଡପ ସଦସ୍ୟ ବିଚିତ୍ରାନନ୍ଦ ମିଶ୍ର,ମହାବିନାୟକ ପ୍ରମୁଖ ପୂଜକ ହିମାଂଶୁ ଶେଖର ପଣ୍ଡା ପ୍ରଦେଶ ପ୍ରବକ୍ତା ପ୍ରାଚାର୍ୟ୍ୟ ମନୋଜ ପାଣିଗ୍ରାହୀ ,କଟ୍ଟର ପ୍ରକୋଷ୍ଠ ସଚିବ ରାମଶଙ୍କର ଶତପଥୀ, ପ୍ରଭାରୀ ପର୍ଶୁରାମ ମିଶ୍ର, ଉପାଧ୍ୟକ୍ଷ ବିଭୁଭୁଷଣ ନନ୍ଦ, ଯୁବ ପ୍ରକୋଷ୍ଠ ପ୍ରଭାରୀ ଦେବୀଦତ୍ତ ମିଶ୍ର, ରାଜ୍ୟ ସଚିବ ଅମିୟ ଶତପଥୀ ,ପ୍ରଭାରୀ ରାଜେନ୍ଦ୍ର ଦାଶ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସଚ୍ଚିଦାନନ୍ଦ ମିଶ୍ର ,କଟକ ଜିଲ୍ଲା ଉପାଧ୍ୟକ୍ଷ ବିଶ୍ୱନାଥ କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାଚାର୍ୟ୍ୟ ମନୋଜ ପାଣିଗ୍ରାହୀ ସଭା ପରିଚାଳନା କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପଣ୍ଡିତ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ମିଶ୍ର ବ୍ରାହ୍ମଣ ସମାଜର ଏକତା ଦ୍ବାରା କିପରି ସମାଜରେ ଅନ୍ଧବିଶ୍ୱାସ ଦୂର କରି କଲ୍ୟାଣ କରିହେବ ଦୃଷ୍ଟି ଆକର୍ଷଣ କରିଥିଲେ। ପଣ୍ଡିତ ରାମଶଙ୍କର ଶତପଥୀ ଛୋଟ ଛୋଟ ସଂଗଠନଗୁଡିକୁ ଏକତ୍ରିତ କରି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମାଜର ନିସ୍ବାର୍ଥ ସେବା ପାଇଁ ଆହ୍ବାନ ଦେଇଥିଲେ। ପଣ୍ଡିତ ପର୍ଶୁରାମ ମିଶ୍ର ବ୍ରାହ୍ମଣ ସମାଜ ପ୍ରତି ଶାସନ କରୁଥିବା ଅବହେଳା ତଥା ନିରାକରଣ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ପଣ୍ଡିତ ଦେବୀଦତ୍ତ ମିଶ୍ର ସମାଜରେ ଉପେକ୍ଷିତ ହୋଇ ରହିଥିବା ସମସ୍ତ ପରିବାରର ସାହାଯ୍ୟ ନିମନ୍ତେ ତଥା ଶିକ୍ଷାର ମାନ ବୃଦ୍ଧି ପାଇଁ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ ବୈଠକ ଆୟୋଜନ କର୍ତ୍ତା ପଣ୍ଡିତ ଶ୍ରୀ ବିଦ୍ୟାଧର ଶତପଥୀ ତଥା ଦେବବ୍ରତ ଶତପଥୀଙ୍କୁ ସମାଜ କଲ୍ୟାଣରେ ତାଙ୍କ ଭୂମିକା ନିମିତ୍ତ ସମ୍ମାନିତ କରାଯାଇଥିଲା।ପରିଶେଷରେ ଆଗନ୍ତୁକ ବ୍ରାହ୍ମଣମାନଙ୍କୁ ସମ୍ମାନ ପତ୍ର, ଉତ୍ତରୀୟ ,ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସମ୍ମାନିତ କରାଯାଇଥିଲା। ସଭାଟିକୁ ଉତ୍ତମ ପରିଚାଳନା ପାଇଁ ସଚିବ ଅମୀୟ ଶତପଥୀ,ପ୍ରଭାରୀ ରାଜେନ୍ଦ୍ର ଦାଶ ତଥା ବିଶ୍ବନାଥ କରଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ବୈଠକର ଆୟୋଜନ ପାଇଁ ସୂଚନା ପ୍ରଦାନ କରି ସଭା ଭଙ୍ଗ କରିଥିଲେ।


