ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ବୈଠକ ଓ ସମ୍ବର୍ଦ୍ଧନା

ପୋଲସରା, (ଅନିଲ ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଚଢିଆପଡା କୃଷ୍ଣଦାସପୁର ଶାସନରେ ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ସେପ୍ଟେମ୍ବର ୧୨ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହେବା ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୂଖ୍ୟଅତିଥି ଭାବେ ଓଡିଶା ବ୍ରାହ୍ମଣ ସମିତି ରାଜ୍ୟ ସଭାପତି ମନୋଜ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗଦେଇଥିଲେ। ଜିଲ୍ଲା ସଭାପତି କାଳୀ ଚରଣ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ହୋତା, ଶରତ ଚନ୍ଦ୍ର ଦାଶ, ମୁରଲୀଧର ନନ୍ଦ, ବିପିନ ମହାପାତ୍ର, ରବୀନ୍ଦ୍ର ହୋତା, ଗଣେଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ସମିତିକୁ ସରକାରୀ ସ୍ତରରେ ମାନ୍ୟତା ପାଇବା ଲାଗି ଉଦ୍ୟମ କରିବା ସହିତ ସମସ୍ତ ବ୍ରାହ୍ମଣ ସମାଜକୁ ଏକାଠି କରିବା ଉପରେ ଆଲୋଚନା ହୋଇଥିଲା। ବେଦ ବିଦ୍ୟାଳୟରୁ ଆସିଥିବା ଛାତ୍ରମାନଙ୍କ ଦ୍ବାରା ବେଦ ପାଠ ହେବାସହ ସ୍ଥାନୀୟ ମନ୍ଦିରରେ ବିଶ୍ବଶାନ୍ତି ପାଇଁ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। କରୋନା ଯୋଦ୍ଧା ଭାବେ ସାମ୍ବାଦିକ ଅତ୍ରି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବେ ଯୋଗ ଦେଇଥିବା ବ୍ରାହ୍ମଣ ସମିତି ସଦସ୍ୟ ବୃନ୍ଦଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିସହ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ଅଞ୍ଚଳର ବହୁ ବ୍ରାହ୍ମଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ