ଓଡିଶା ବ୍ୟାକେରୀ ହାଉସର ରିଟେଲ ସେଣ୍ଟର ଉଦ୍ଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଷ୍ଟାର୍ଟ ଅପ କମ୍ପାନୀର ‘ଓଡ଼ିଶା ବ୍ୟାକେରୀ ହାଉସ’ର ଏକ ଶାଖା କାଉଣ୍ଟର ଫକୀର ମୋହନ କଲେଜ ରାସ୍ତାରେ ରବିବାର ଉଦଘାଟିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହାକୁ ଉଦଘାଟନ କରିଥିଲେ । ଜିଲାରେ ଷ୍ଟାର୍ଟ ଅପ୍ କମ୍ପାନୀ ଖୋଲାଯିବା ଏବଂ ତାହାର ବିସ୍ତାର ହେବା ଏକ ଶୁଭ ସଂଙ୍କେତ ବୋଲି ସେ ମତପ୍ରକାଶ କରିଥିଲେ । ଏହା ଦ୍ୱାରା ନିଜେ ଯୁବଗୋଷ୍ଠୀ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ଓଡିଶା ବ୍ୟାକେରୀ ହାଉସ୍ର ପ୍ରତିଷ୍ଠାତା ସୁଶାନ୍ତ ମହାକୁଡ ଏଥିରେ ଯୋଗଦେଇ ବ୍ୟାକେରୀ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ନିଜର ଅନୁଭୁତି କହିଥିଲେ । ଓଡିଶାର ବଜାର ଚାହିଦା ପୂରଣ ପାଇଁ ବାହାର ରାଜ୍ୟର କମ୍ପାନୀଙ୍କ ଉପରେ ନିର୍ଭର ହେବାକୁ ପଡୁଥିବା ବେଳେ ତାଙ୍କର ଏହି ଷ୍ଟାର୍ଟ ଅପ୍କୁ ଜନସାଧାରଣ ଆଶାନୁରୂପ ପସନ୍ଦ କରୁଛନ୍ତି ବୋଲି ସେ କହିଥିଲେ । ସୋର ଓ ଭୂବନେଶ୍ୱରରେ ବ୍ୟାକେରୀ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ସାମଗ୍ରୀ ଉପରେ ଅପେକ୍ଷାକୃତ ୩୦ ପ୍ରତିଶତ କମ ଦାମ ରହିଛି ବୋଲି ଶ୍ରୀ ମହାକୁଡ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଶୁଭମ ସାଇ ମହାପାତ୍ରଙ୍କ ସମେତ ଓଡିଶା ବ୍ୟାକେରୀ ହାଉସ୍ ନୂତନ ଆଉଟ୍ଲେଟର ସତ୍ୱାଧିକାରୀ ସଦାନନ୍ଦ ଜେନା, କୁମୁଦିନୀ ଜେନା, କିଶୋର କୁମାର ଜେନା, ଅଶୋକ କୁମାର ଜେନା, ମାନସ କୁମାର ଜେନା, ଅଭିଜିତ ବିଶ୍ୱାଳ, ଦିଲୀପ କୁମାର ଜେନା, ଲିପ୍ସିତା ଜେନା, ବର୍ଷା ଜେନା, ଦେବାଂଶୁ ଶେଖର ଜେନା, ଦେବାଂଶୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।