ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ସଂକ୍ଷିପ୍ତ ମୂଲ୍ୟାଙ୍କନ -୧ ପରୀକ୍ଷା ଆରମ୍ଭ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :କରୋନା ମହାମାରୀ ପ୍ରବେଶ କରିବା ପରେ ଦିନକୁ ଦିନ ବଦଳି ଯାଇଛି ଶିକ୍ଷା ବ୍ୟବସ୍ଥା । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ବୋର୍ଡ ପରୀକ୍ଷାରେ ଏବେ ପରିର୍ବତନ ହୋଇ ନୂତନ ଭାବେ ସଂକ୍ଷିପ୍ତ ମୂଲ୍ୟାଙ୍କନ-୧ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି । ଏହି ପରିପ୍ରକ୍ଷୀରେ ନାଉଗାଁ ବ୍ଳକର ୭ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦୯୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ଉକ୍ତ ପରୀକ୍ଷା ଦେବା ପାଇଁ ୧୧୨୧ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଥିଲେ ମଧ୍ୟ ସେଥିରୁ ୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ଥିବା ଜଣାଯାଇଛି । ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ୨୨୪ଜଣ ପରିକ୍ଷାର୍ଥୀ ପରିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୨୧୩ ଜଣ ପରିକ୍ଷାର୍ଥୀ ଉପସ୍ଥିତ ଥିଲେ । ସେହିପରି କଂଟୁଣିଆହାଟ ଉଚ୍ଚ ବିଦ୍ୟାଳୟରେ ୧୨୧ଜଣ ପରିକ୍ଷାର୍ଥୀ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୧୨୦ଜଣ, ଗଜରାଜପୁରସ୍ଥିତ ଆତ୍ରର୍ତାଣ ବିଦ୍ୟାପୀଠରେ ୧୪୨ ଜଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୧୩୬ଜଣ, ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ୨୦୧ଜଣଙ୍କ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୧୯୮ଜଣ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୮୬ ଜଣଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ୧୮୫ଜଣ, ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୮ଜଣଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ୧୪୬ଜଣ ଓ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୯ଜଣ ପରିକ୍ଷାର୍ଥୀ ପାଇଁ ବ୍ୟବସ୍ଥା ଥିବା ବେଳେ ୯୪ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ଜଣାଯାଇଛି । ଉକ୍ତ ବ୍ଳକର ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନେଡାଲ ସେଂଟର ଭାବେ ଚିହ୍ନଟ କରାଯାଇ ଏଠାରେ ପ୍ରଶ୍ନପତ୍ର ରଖାଯାଇଛି । ପ୍ରଶ୍ନପତ୍ରକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ୨ଟି ଡେସ୍ପାଚ ଟିମ ଗଠନ କରାଯାଇଛି । ଗୋଟିଏ ଟିମରେ ଶିକ୍ଷକ ହିଂମାଶୁ କୁମାର ମହାନ୍ତି, ଆଦର୍ଶ ଦାସ ଓ ଅନ୍ୟ ଟିମରେ ସୁକାନ୍ତ କୁମାର ଲେଙ୍କା ଓ ଚିତରଂଜନ ମହାନ୍ତି ଦାୟିତ୍ୱରେ ରହିଥିବା ନୋଡାଲ ସେଂଟରର ଅଧୀକ୍ଷକ ନିରଂଜନ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ