ଓଡିଶା ମୋଟର ଚାଳକ ସଂଘର ପାଲୁର ଜଙ୍କସନ ଶାଖା ଗଠନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ମା ଗଙ୍ଗାଦେବୀଙ୍କ ଠାରେ ଓଡିଶା ମୋଟର ଚାଳକସଙ୍ଘର ଏକ ସମାବେଶ ଅନୁଷ୍ଠିତ ହେବା ସହ ପାଲୁର ଜଙ୍କସନର ନାମରେ ଏକ ଶାଖା ଗଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା କମିଟିର ସମ୍ପାଦକ ଦେବଦତ୍ତ ଡ଼ାକୁଆ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଘର ରାଜ୍ୟ ସଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, କେଦାର ସ୍ବାଇଁ ଯୋଗଦେଇଥିଲେ। ଏଥିରେ ଚାଳକ ମାନଙ୍କର ସାମାଜିକ ସୁରକ୍ଷା ଓ କଲ୍ୟାଣ ଆଇନ ପ୍ରଣୟନ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଏହାର ପ୍ରତିକାର ନେଇ ବ୍ୟାପକ ଆଲୋଚନା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ପାଲୁର ଜଙ୍କସନ ଶାଖାର ୭୦ ଜଣ ପଞ୍ଜୀକୃତ ସଦସ୍ୟଙ୍କୁ ପାଲୁର ଜଙ୍କସନ ନାମରେ ଏକ ଶାଖା ଗଠିତ ହୋଇଥିଲା। ଏହି ଶାଖାର ଉପଦେଷ୍ଟା ରୂପେ କେଦାର ସ୍ବାଇଁ, ସଭାପତି ଅଜିତ କୁମାର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ଉପ ସଭାପତି ଆର.ରାମଚନ୍ଦ୍ର ରେଡ୍ଡୀ, ସହ ସମ୍ପାଦକ ପ୍ରକାଶ କୁମାର ସାହୁ, କୋଷାଧ୍ୟକ୍ଷ ସୀମାଞ୍ଚଳ ସ୍ବାଇଁ, ସହ ୧୨ଜଣ କାର୍ଯ୍ୟକାରୀକମିଟିକୁ ମନୋନୀତ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ , ରମ୍ଭା ଶାଖାର ପଦାଧିକାରୀ ମାନେ ଯୋଗ ଦେଇଥିଲେ। ଏହାକୁ ଗଞ୍ଜାମ ଶାଖାର ଭିମାରେଡ୍ଡୀ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ