ଓଡିଶା ମୋ ପରିବାରର ଆବାହକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଠାରେ ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ର ଆବାହକ ଅରୂପ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରବିବାର ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ଓ ନେତା ମାନେ ସ୍ଥାନୀୟ ସର୍କିଟ ହାଉସ ଠାରେ ଉପସ୍ଥିତ ରହି ଓଡିଶା ମୋ ପରିବାର ର ଆବାହକ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଛନ୍ତି । ପରେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ବିଜୁ ଜନତା ଦଳର ଛତ୍ରପୁର ନଗର ସଭାପତି ବି. ରାଜିବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ, ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଏଲ. ଗୋପାଳ ରାଓ, ସରକାରୀ ଓକିଲ ଭେରବୀ କୁମାର ପଟ୍ଟନାୟକ, କାଳି ପ୍ରସାଦ ଦାଶ, ଡମିନାଥ ସାହୁ, ସୟଦ ମୁକ୍ତାର, ସିମାଂଚଳ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


