ଓଡିଶା ମୋ ପରିବାର ଆନୁକୁଲ୍ୟରେ ବୃକ୍ଷରୋପଣ ଅଭିଯାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଶ୍ବ ପରିବେଶ ଦିବସରେ ବୃକ୍ଷ ରୋପଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଶାନ୍ତିଲତା ଜେନା, ଯୁବ ନେତା ସୁଜିତ ଦାସ, ସୁରେଶ ମାଝୀ ପ୍ରମୁଖ ଯୋଗ ଦେଇ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ପରିବେଶ ସଫା ସୁତୁରା ରକ୍ଷା ପାଇଁ ସଚେତନତା କରିଥିଲେ | ପରିବେଶ ବଞ୍ଚିଲେ, ଆମେବଂଚିବା ଓ ପରିବେଶ ସୁରକ୍ଷା, ଜୀବନ ରକ୍ଷା ଉପରେ ଗୁରତ୍ୱ ଆରୋପ କରିଥିଲେ |


