ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସାନଖେମୁଣ୍ଡି ରେ ରକ୍ତ ଦାନ ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଛାତ୍ର ବିଜେଡି ନେତା ସୁକୁମାର ପାତ୍ରଙ୍କ ଜନ୍ମ ଦିନ ଅବସର ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ପଂଚାୟତ ହାଇସ୍କୁଲ ପରିସର ମଧ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ବରିଷ୍ଠ ବିଜେଡି ନେତା ତଥା ଓସକାର୍ଡ ବ୍ୟାଙ୍କ ପୂର୍ବତନ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ଯୁବ ବିଜେଡି ଗଂଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ l ଯୁବ ବିଜେଡି ବ୍ଲକ ସଭାପତି ସନ୍ତୋଷ ବିଷୋୟୀ,ଜ଼ିଲ୍ଲାପରିଷଦ ସଭ୍ୟ ବିଜୟ ପ୍ରଧାନ ଙ୍କ ସମେତ ତିରିଶି ଜଣ ରକ୍ତଦାନ ଦାନ କରିଛନ୍ତି l ଛାତ୍ର ବିଜେଡି ଜ଼ିଲ୍ଲା ସମ୍ପାଦକ ଧିରେନ କୁମାର ରଣା, ଛାତ୍ର ନେତା ଗୌରୀ ଶଙ୍କର ତ୍ରିପାଠୀ, ଭେଙ୍କିଟ ରାଓ, କୈଳାସ ପଟ୍ଟନାୟକ, ଛଣମେରୀ ପଂଚାୟତ ସରପଞ୍ଚ, ସମିତି ସଭ୍ୟ,ପୋଡାମାରି ସମିତି ସଭ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉଛାହିତ କରି ।