ଓଡିଶା ମୋ ପରିବାର ତରଫରୁ ଜନ୍ମ ମାଟିକୁ ଫେରିଲା ମୃତଦେହ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମ ପଞ୍ଚାୟତ ବାଙ୍ଗାଲୋର ରୁ କଉଡ଼ିଆ ଗ୍ରାମକୁ ଓଡିଶା ମୋ ପରିବାର ତରଫରୁ ଫେରିଛି ମୃତ ଦେହ l ମୃତକ ଜଣଙ୍କ ହେଲେ ଅମୁଲ୍ୟ ପ୍ରଧାନ ଙ୍କ ପୁଅ ବନମାଳୀ ପ୍ରଧାନ l ବନମାଳୀ ନିଜର ପରିବାର ଚଳାଇବା ପାଇଁ କିଛି ଦିନ ପୂର୍ବେ ବାଙ୍ଗାଲୋର ଯାଇଥିଲେ l ଶନିବାର ବିଳମ୍ବିତ ରାତିରେ ତାଙ୍କରି ସ୍ୱାସ୍ଥ୍ୟବସ୍ଥା ଖରାପ ହେତୁ ମୃତ୍ୟୁ ବରଣ କରିଥିଲେ l ଏହି ଦୁଖଃଦ ଖବର ପରିବାର ବର୍ଗ ଜାଣିବା ପରେ ପରିବାର ସଦସ୍ୟ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କୁ ମର ଶରୀର ନିଜ ଗାଁ କୁ ଆଣିବା ଜଣାଇଥିଲେ l ନନ୍ଦିନୀ ଦେବୀ ଏହି ଖବର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଏବଂ ପରିବାର ଙ୍କ ଅନୁରୋଧ କୁ ରଖି ଓଡିଶା ସରକାର ଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ମୋ ପରିବାର ସହାୟତା ରେ ମର ଶରୀର କୁ ରବିବାର ଜନ୍ମମାଟି କଉଡ଼ିଆ କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଦ୍ଵାରା ପହଞ୍ଚାଇ ଥିଲେ l ନନ୍ଦିନୀ ଦେବୀ, ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ ଓ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ମର ଶରୀର ପାଖେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବ ସହ ଶୋକସନ୍ତପ୍ତ ପରିବାର କୁ ଧର୍ଯ୍ୟ ର ସହ ବଞ୍ଚିବା ପାଇଁ ବିନମ୍ର ଅନୁରୋଧ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ