“ଓଡିଶା ମୋ ପରିବାର” ପକ୍ଷରୁ ୧୫୮ ୟୁନିଟ ରକ୍ତ ସଂଗ୍ରହ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ଏନ୍.ଏ.ସି.ର ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ “ଓଡ଼ିଶା ମୋ ପରିବାର” ପକ୍ଷରୁ ରକ୍ତଦାନ ଶିବିର ସେପ୍ଟେମ୍ବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ପୋଲସରା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ସୁବାଷ ମହାରଣା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭସବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ, ଏନଏସି ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ନଗର ବିଜେଡି ସଭାପତି କେ ତ୍ରିଲୋଚନ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା, ଜିତେନ୍ଦ୍ର କୁମାର ନାୟକ, କେ ନିଳମାଧବ ଆଚାରୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ଓ ହସପିଟାଲର କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପଣ୍ଡା, ରାମ ହରି ପଣ୍ଡା, ଡମ୍ବରୁ କାର୍କି, ବସନ୍ତବେହେରା, ରୋଜାଲିନା, ଶିବଶମ୍ଭୁ, ପ୍ରତୀଭା, ଆଶୁତୋଷ, ସୋନମ, ରୋଜାଲିନା, ରିତୁଙ୍କ ସହଯୋଗରେ ୧୫୮ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ମନୋରଞ୍ଜନ ଦାସ, ନରେନ୍ଦ୍ର ଦେବତା, ରାଜେନ୍ଦ୍ର କୁମାର ଦାସ, ବସନ୍ତ କୁମାର ସ୍ବାଇଁ, ନାରାୟଣ ସାହୁ, ଟୁକୁନା ଜେନା ସମେତ ଅନ୍ୟ ବିଜେଡି କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।