ଓଡିଶା ରଣଜୀ ଟିମ୍‌ର ପରିଚାଳକ ଭାବେ ନିଯୁକ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ଜଣାଶୁଣା କ୍ରୀଡାପ୍ରେମୀ ତଥା ବିଶିଷ୍ଠ ଭେଟେରାନ କ୍ରିକ୍ରେଟ ଖେଳାଳୀ ଦେବାଶିଷ ପାଢୀ ଓଡିଶା ରଣଜୀ ଟିମ୍‌ର ପରିଚାଳକ ଭାବେ ନିଯୁକ୍ତ ହୋଇଥିବାର ଜଣାପଡିଛି । ସେ ଗୁଜୁରାଟର ଅହମ୍ମଦାବାଦ ଠାରେ ହେବାକୁ ଥିବା ବରିଷ୍ଠ କ୍ରିକେଟ ଦଳର ୫ଗୋଟି ମ୍ୟାଚ ପାଇଁ ନିଯୁକ୍ତ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଏପରି ଏକ ମର୍ଯ୍ୟାଦା ଜନକ ନିଯୁକ୍ତି ପାଇ ଶ୍ରୀପାଢୀ ବେଶ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାର ସମସ୍ତ କ୍ରିକ୍ରେଟ ପ୍ରେମୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ପାଢୀ ଗତ ପ୍ରାୟ ୩୦ ବର୍ଷ ହେଲା ଜିଲ୍ଲାର ସମସ୍ତ କ୍ରୀଡା ତଥା ଖେଳକୁଦ ନିମନ୍ତେ ପ୍ରେରଣା, ଉତ୍ସାହିତ, ସହଯୋଗ ଆଦି କରି ଆସୁଛନ୍ତି । ବିଶେଷ କରି କ୍ରିକେଟ ଭଳି ଲୋକପ୍ରିୟ ଖେଳକୁ ରାଜ୍ୟସ୍ତରରେ ପହଞ୍ଚାଇବା ପାଇଁ ବେଶ ସକ୍ରିୟ ଭୂମୀକା ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କ୍ରିକେଟ ଖେଳାଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରରେ ଖେଳାଇବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରତିଭାବାନ କ୍ରିକେଟରଙ୍କୁ ରାଜ୍ୟସ୍ତରକୁ ପହଞ୍ଚାଇବା ପାଇଁ ସକ୍ରିୟ ଭୂମୀକା ଗ୍ରହଣ କରିଥାନ୍ତି । ସେହିପରି ସେ ନିଜେ ଜଣେ ପ୍ରତିଭାବାନ କ୍ରିକେଟ ଖେଳାଳୀ ଭାବେ ସମଗ୍ର ରାଜ୍ୟରେ ବେଶ ପରିଚିତ । ସେହିଭଳି ଗଜପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ଏବଂ ପରିଚାଳନା କରିବାରେ ସେ ବେସ ସିଦ୍ଧ ହସ୍ତ । ଏଭଳି ଜଣେ ଭେଟେରାନ ଖେଳାଳୀଙ୍କୁ ଏପରି ମର୍ଯ୍ୟାଦାଜନକ ପରିଚାଳକ ପଦବୀ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ମହଲ ବିଶେଷ କରି କ୍ରିକେଟ ପ୍ରେମୀ ଓ କ୍ରୀଡାବିତ୍ତ ମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ