ଓଡିଶା ରାଜ୍ୟ କିକ୍ ବକ୍ସିଂ ଚମ୍ପିୟନସିପରେ ଓମ ପ୍ରକାଶଙ୍କୁ ରୈାପ୍ୟ ପଦକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜାଭିଅର ହାଇସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଓମ ପ୍ରକାଶ ନାୟକ ଓଡିଶା ରାଜ୍ୟ କିକ୍ ବକ୍ସିଂ ଚମ୍ପିୟନସିପ-୨୦୨୨ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୈାପ୍ୟ ପଦକ ହାସଲ କରିଛନ୍ତି । ଏଥି ନିମନ୍ତେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଭୁବନେଶ୍ୱରସ୍ଥିତ ଗୋଠପାଟଣାର ଟି.ଏସ.ଜି. ଗୁରୁକୁଳରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ଚମ୍ପିୟନସିପରେ ୩ଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓମ ପ୍ରକାଶ ନାୟକ ୪୨କିଲୋଗ୍ରାମ ପଏଁଟ ଫାଇଟ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୈାପ୍ୟ ପଦକ ହାସଲ କରିଥିଲେ । ଭବିଷ୍ୟତରେ ଓମ ପ୍ରକାଶ ଆନ୍ତର୍ଜାତୀୟ ସ୍ତରରେ ଖେଳି କେନ୍ଦ୍ରାପଡା ଜିଲ୍ଲା ତଥା ଚାଟରାପାଟଣାର ନାମକୁ ଆହୁରି ଆଗକୁ ନେବା ସହିତ ଆମ ପାଇଁ ଗୈାରବ ଆଣିଦେବେ । ଏହି ଗୈାରବ ପାଇଁ ଓମ ପ୍ରକାଶଙ୍କୁ କେନ୍ଦ୍ରାପଡାବାସୀ ଶୁଭେଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କେନ୍ଦ୍ରାପଡା କିକ୍ ବକ୍ସିଂ ଆସୋସିଏସନ ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ରାଜକିଶୋର ନାୟକ ଓମ ପ୍ରକାଶଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ