ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ଖେଳ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ୧୭ ବର୍ଷରୁ କମ ଉଭୟ ବାଳକବାଳିକା ବର୍ଗର ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ର ଚତୁର୍ଥ ଦିବସରେ ଛଅ ଗୋଟି ଖେଳ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଷ୍ଟାଡିୟମର ଏକ ନମ୍ବର ଖେଳ ପଡିଆରେ ଅନୁଷ୍ଠିତ ବାଳକ ବିଭାଗର ମ୍ୟାଚରେ ଗଜପତି ଟିମ କୋରାପୁଟକୁ ପରାସ୍ତ କରିଥିଲା l ଉକ୍ତ ଷ୍ଟାଡିୟମର ଦୁଇ ନମ୍ବର ଖେଳ ପଡିଆରେ ଅନୁଷ୍ଠିତ ବାଳକ ବିଭାଗରେ ମ୍ୟାଚ ରେ ଗଞ୍ଜାମ ଟିମ ଜଗତସିଂହପୁରକୁ ପରାସ୍ତ କରିଥିଲା l ଏ. ପି. ଜେ. ଆବଦୁଲ କଲାମ ପଡିଆର ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ ମାଲକାନଗିରି ଟିମ ବରଗଡ଼କୁ, ଦ୍ଵିତୀୟ ମ୍ୟାଚରେ କଟକ ଟିମ ଦେବଗଡ଼କୁ ପରାସ୍ତ କରିଥିଲା l ମଧୁବନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ କେନ୍ଦ୍ରାପଡ଼ା ଟିମ ନୟାଗଡକୁ, ଦ୍ଵିତୀୟ ମ୍ୟାଚରେ ବଲାଙ୍ଗିର ଟିମ ନୂଆପଡାକୁ ପରାସ୍ତ କରିଥିଲା I ଷ୍ଟେସନବଜାର ଖେଳପଡିଆରେ ଅନୁଷ୍ଠିତ ବାଳିକା ବିଭାଗରେ ପ୍ରଥମ ମ୍ୟାଚ ମୟୂରଭଞ୍ଜ ଟିମ ବାଲେଶ୍ୱରକୁ, ଦ୍ଵିତୀୟ ମ୍ୟାଚରେ ଭୂବନେଶ୍ୱର ଟିମ ନୂଆପଡାକୁ, ତୃତୀୟ ମ୍ୟାଚରେ କଟକ ଟିମ ସମ୍ବଲପୁରକୁ ଓ଼ ଚତୁର୍ଥ ମ୍ୟାଚରେ ନବରଙ୍ଗପୁର ଟିମ ଜଗତସିଂହପୁରକୁ ପରାସ୍ତ କରିଥିଲା l ଲେଟ କ୍ୟାଟ ଖେଳପଡିଆରେ ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ ପୁରୀ ଟିମ କେନ୍ଦୁଝରକୁ, ଦ୍ଵିତୀୟ ମ୍ୟାଚରେ ଯାଜପୁର ଟିମ ମୟୂରଭଞ୍ଜକୁ ପରାସ୍ତ କରିଥିଲା l ଷ୍ଟେସନବଜାର ଖେଳପଡିଆ ରେ ଅନୁଷ୍ଠିତ ବାଳିକା ବିଭାଗରେ ପ୍ରଥମ ମ୍ୟାଚରେ ବାଲେଶ୍ୱର ଟିମ ଗଞ୍ଜାମକୁ, ଦ୍ଵିତୀୟ ମ୍ୟାଚ ରେ ଭୂବନେଶ୍ୱର ଟିମ କେନ୍ଦ୍ରାପଡ଼ାକୁ, ତୃତୀୟ ମ୍ୟାଚରେ ନବରଙ୍ଗପୁର ଟିମ ସମ୍ବଲପୁରକୁ ଓ଼ ଚତୁର୍ଥ ମ୍ୟାଚରେ କଟକ ଟିମ ଜଗତସିଂହପୁରକୁ ପରାସ୍ତ କରିଅଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ଼ ଦୀପକ ରାମ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ